Only for Entertainment

କାମ ନମିଳିବାରୁ ଡିପ୍ରେସନରେ ଥିଲେ ବବି, ପତ୍ନୀ ଦେଖାଇଲେ ବାହାରର ରାସ୍ତା ।

68

ବଲିଉଡ ଆକ୍ଟର ବବି ଦେଓଲ ଆଜି ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି । ବବିଙ୍କ ଜନ୍ମ ୧୯୬୭ରେ ମୁମ୍ବାଇରେ ହୋଇଥିଲା । ୯୦ ଦଶକରେ ଫିଲ୍ମ ବରସାତରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ ବବି । ଏଭଳି ଏକ ସମୟ ଥିଲା ଯେତେବେଳେ ତାଙ୍କର ସମସ୍ତ ଫିଲ୍ମ ଫ୍ଲପ ହେଲା , ଏହି କାରଣରୁ ତାଙ୍କ ବାପା ଧର୍ମେନ୍ଦ୍ର ଡିପ୍ରେସନକୁ ଚାଲିଗଲେ ।

ବରସାତ ସୋଲଜର ବ୍ଲକବଷ୍ଟର ଫିଲ୍ମ ଦେଇଥିବା ବବି ୯୦ ଦଶକରେ ସୁପରହିଟ ହିରୋ ଥିଲେ । କିନ୍ତୁ ଦେଖୁ ଦେଖୁ ତାଙ୍କ କ୍ୟାରିଅର ଗ୍ରାଫ ତଳକୁ ଖସିଗଲା । ଧୀରେ ଧୀରେ କାମ ମିଳିବା ବନ୍ଦ ହୋଇଗଲା ଏବଂ ବବି ନିଶା ସହିତ ଜଡ଼ିତ ହୋଇଗଲେ । ନିଶା ଅଭ୍ୟାସ ଦେଖି ତାଙ୍କ ପତ୍ନୀ ତାଙ୍କୁ ଘରୁ ବାହାର କରିଦେଲେ । ସୋସିଆଲ ମିଡିଆରେ ବବିଙ୍କୁ ଅଧିକାଂଶ ସମୟରେ ମା ଏବଂ ବାପାଙ୍କ ସହିତ ଦେଖିବାକୁ ମିଳେ ।

ଗତବର୍ଷ ଫିଲ୍ମ ରେସ ଥ୍ରିରେ ନଜର ଆସିଥିଲେ ବବି, ଯେଉଁଥିରେ ସେ ତାଙ୍କ ଫିଟନେସକୁ ଖୁବ ଗୁରୁତ୍ୱ ଦେଇଥିଲେ । ଏହିବର୍ଷ ବବି ହାଉସଫୁଲ ୪ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More