Only for Entertainment

ହିନ୍ଦୀ ଫିଲ୍ମ ‘ଜଜମେଂଟାଲ ହୈ କ୍ୟା’ରେ ନଜର ଆସିଲେ ଓଡ଼ିଆ ପୁଅ ଦେବଦୋଷ

227

ବଲିଉଡରେ ଓଡିଆ ପୁଅର କମାଲ । ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଜଜମେଂଟାଲ ହେ କ୍ୟା’ରେ ଚମକ୍ରାର ଅଭିନୟ କରି ଏବେ ଚର୍ଚ୍ଚାରେ ଓଡିଆ ପୁଅ ଦେବଦୋଷ ଦର୍ଜୀ । ପିଲାଟି ଦିନରୁ ଅଭିନୟରେ ରୁଚି ରଖିଥିବା ଦେବଦୋଶ ଏହି ସିନେମାରେ ଦୁଇଟି ଚରିତ୍ରରେ ନଜର ଆସିଛନ୍ତି । ଏବଂ ନିଜ ଅଭିନୟକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଦେବଦୋଷ।

ଫିଲ୍ମ ଜଜମେଂଟାଲ ହେ କ୍ୟାର ଏହି ଦୃଶ୍ୟରେ ଏକ ସ୍ୱାଧାରଗୃହର ୱାର୍ଡବୟ ଚରିତ୍ରରେ ଓଡିଆ ପୁଅ । ହନୁମାନ ଚରିତ୍ରରେ ବି ନଜର ଆସିଛନ୍ତି ଦେବଦୋଷ । ବଲିଉଡରେ କେହି ଗଡଫାଦର ନଥିଲେ ମଧ୍ୟ ବାଲାଜି ପରି ବଡ ବ୍ୟାନରରେ କାମ କରିଛନ୍ତି ଦେବଦୋଷ । ଅ।ଉ ନିଜ ଅଭିନୟ ପାଇଁ ବେଶ ଖୁସି ଜାହିର କରିଛନ୍ତି ।

ବଲାଙ୍ଗିରର ଦେବଦୋଷ ଏକ କଳାକାର ପରିବାରରୁ ଆସିଛନ୍ତି । ପିଲାଟି ଦିନର ଅଭିନୟରେ ରୁଚି ରଖିଥିବା ଏହି ଓଡିଆ ପୁଅ ଦୀର୍ଘଦିନ ଧରି ମୁମ୍ବାଇରେ ସଂଘର୍ଷ କରୁଥିଲେ । ଆଉ ସିନେମାରେ ତାଙ୍କର ସଫଳତାରେ ପରିବାର ଲୋକଙ୍କ ଖୁସି କହିଲେ ନସରେ । ଥ୍ରିୀଏଟର ଓ ନାଟ୍ୟ କର୍ମଶାଳାରେ ଆଗ୍ରହ ରଖୁଥିବା ଦେବଦୋଷ ବଲିଉଡରେ ଆଗକୁ ଆହୁରି ସଫଳତା ପାଇବାକୁ ଆଶା ରଖିଛନ୍ତି । ତାଙ୍କର ଏହି ଅଭିନୟରେ ବଲାଙ୍ଗିର ସହରରେ ଖୁସିର ଲହରି ଖେଳିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More