Only for Entertainment

ୟୁଟ୍ୟୁବରେ ୪୦୦ ମିଲିଅନ ଭ୍ୟୁ ପାର କଲା ବଲିଉଡ୍ ଗୀତ ‘ବୋଲେ ଚୁଡିୟାଁ ବୋଲେ କଙ୍ଗନା’, ଖୁସିକୁ ଟ୍ୱିଟର ସେୟାର କଲେ କରଣ ଜୋହର

wattpad
92

ଆଜି ବି ଅଡିଏନ୍ସଙ୍କୁ ପସନ୍ଦ ଆସୁଛି ବଲିଉଡ୍ ଗୀତ ‘ବୋଲେ ଚୁଡିୟାଁ ବୋଲେ କଙ୍ଗନା’ । ‘କଭି ଖୁସି କଭି ଗମ୍’ରେ ସ୍ଥାନ ପାଇଥିବା ଏହି ଗୀତରେ ନଜର ଆସିଥିଲେ କରିନା କପୁର୍, ହ୍ରିତିକ୍ ରୋଶନ୍, ଶାହରୁଖ୍ ଖାନ୍, କାଜୋଲ୍ ଏବଂ ଅମିତାଭ୍ ବଚ୍ଚନ୍ ଜୟା ବଚ୍ଚନ୍ । ଏଭଳି ବଡ ଷ୍ଟାର୍ଙ୍କୁ ନେଇ ୨୦୦୧ରେ ଏକ ଫ୍ୟାମିଲି ଡ୍ରାମା ଫିଲ୍ମ ‘କଭି ଖୁସି କଭି ଗମ୍’ ଭେଟି ଦେଇଥିଲେ ଫିଲ୍ମ ମେକର୍ କରଣ ଜୋହର୍ ।

ସିନେମାଟି ବକ୍ସ ଅଫିସରେ ହିଟ୍ ହେବା ସହ । ସିନେପ୍ରେମୀ ଆଜି ବି ଏହି ଗୀତକୁ କରୁଛନ୍ତି ପସନ୍ଦ । ଯାହା ପାଇଁ ଭିଡିଓ ସେୟାରିଂ ସାଇଟ୍ ୟୁଟୁବରେ ଗୀତଟି ୪୦୦ ମିଲିଅନ୍ କ୍ରସ୍ କରି ପାରିଛି । ଫିଲ୍ମ ରିଲିଜ୍ ହେବାର ୧୮ ବର୍ଷ ପରେ ବି ସ୍ରୋତା ସିନେମାର ଗୀତ ଗୁଡିକୁ କରୁଛନ୍ତି ପସନ୍ଦ । ଗୀତର ଏଭଳି ଚାହିଦାକୁ ନେଇ ଫିଲ୍ମ ମେକର୍ କରଣ ଜୋହର୍ ନିଜ ଖୁସି ଟ୍ୱିଟ୍ ଜରିଆରେ ଜାହିର୍ କରିଛନ୍ତି । ଏହାସହ ଏହି ଗୀତ ସୁଟି କରିବା ସମୟର ଅନୁଭୂତି ବି ସେୟାର୍ କରିଛନ୍ତି ।

କରଣ ନିଜ ଟ୍ୱିଟ କରି ଲେଖିଛନ୍ତି – ‘ଏହି ଗୀତଟି ମୋ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଗୀତ । ଲେଜେଣ୍ଡ ଅମିତାଭ୍ ବଚ୍ଚନଙ୍କ ସହ କାମ କରିବାର ମୋର ପ୍ରଥମ ଅନୁଭୂତି । ଆଉ ମୁଁ ବହୁତ ନର୍ଭସ୍ ଥିଲି ଏଥିପାଇଁ । ଏହାସହ ବଲିଉଡର ଅନେକ ବଡ ବଡ ଟ୍ୟାଲେଂଟ୍ ମାନଙ୍କୁ ବି ଏକାଠି ଆଣି ପାରିଥିଲି ।’ ବୋଲେ ଚୁଡିୟାଁ ଗୀତରେ କଣ୍ଠଦାନ କରିଥିଲେ ଅମିତ୍ କୁମାର୍, ସୋନୁ ନିଗମ୍, ଅଲକା ୟାଗନିକ୍, ଉଦିତ୍ ନାରାୟଣ୍ ଏବଂ କବିତା କ୍ରିଷ୍ଣମୂର୍ତି । ଆଉ ଏହି ଗୀତରେ କୋରିଓଗ୍ରାଫି କରିଥିଲେ ଫରହା ଖାନ୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More