Only for Entertainment

ପୁଣିଥରେ ଏକ ଦମଦାର ରୋଲରେ ଜନ ଆବ୍ରାହିବ, ରୋମିଓ ଆକବର ବାଲଟରର ପୋଷ୍ଟର ରିଲିଜ ।

aajtak
36

ପରମାଣୁ ଏବଂ ସତ୍ୟମେବ ଜୟତେ ପରେ ଜନ ଆବ୍ରାହିମ ପୁଣି ଏକ ଦେଶଭକ୍ତି ଫିଲ୍ମରେ ନଜର ଆସିବେ । ସେ ତାଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ରୋମିଓ ଆକବର ବାଲଟରର ପୋଷ୍ଟର ରିଲିଜ କରି ସାରିଛନ୍ତି । ଏହି ପୋଷ୍ଟରରେ ଜନ ସଂପୂର୍ଣ୍ଣ ଭାବରେ ଭିନ୍ନ ନଜର ଆସିଛନ୍ତି । ସିଗାରେଟ ଲଗାଇବାର ଅନ୍ଦାଜ ଏବଂ ୭୦ ଦଶକର ହେୟାର ଷ୍ଟାଇଲ ଖୁବ ଆକର୍ଷଣୀୟ ଲାଗୁଛି । ପୋଷ୍ଟରର ପଛ ପାଶ୍ୱର୍ରେ ଜନ ଭିନ୍ନ ଭିନ୍ନ ଲୁକରେ ନଜର ଆସିଛନ୍ତି । ତେବେ ପୋଷ୍ଟର ଦେଖିବା ପରେ ଫିଲ୍ମ ପ୍ରତି ଉତ୍ସୁକତା ବଢିଯିବା ସ୍ୱଭାବିକ କଥା ।

ଏହି ପୋଷ୍ଟରକୁ ଜନ ତାଙ୍କ ଟ୍ୱିଟରରେ ଶେୟାର କରିଛନ୍ତି । ଯେଉଁଥିରେ ସେ କ୍ୟାପ୍ସନରେ ଲେଖିଛନ୍ତିଯେ ଏହା ଦେଶଭକ୍ତି ଉପରେ ଆଧାରିତ । ଏହି ଫିଲ୍ମ ୧୨ ଅପ୍ରେଲ ୨୦୧୯କୁ ରିଲିଜ ହେବ । କହିରଖୁଛୁଯେ ଜନଙ୍କ ଅଭିନୀତ ଏହି ଫିଲ୍ମରେ ମୌନି ରୟ,ଜ୍ୟାକି ସ୍ରଫ, ସୁଚିତ୍ରା କୃଷ୍ଣମୂର୍ତ୍ତି ଏବଂ ସିକନ୍ଦର ଖେର ମୁଖ୍ୟ ଚରିତ୍ରରେ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ରବି ଗ୍ରେବର ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More