Only for Entertainment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ପିଚରେ ଫିଦା ହେଲେ ଏହି ବଲିଉଡ ଆକ୍ଟର, ଟ୍ୱିଟ କରି କହିଲେ ଆପଣ ସବୁବେଳେ ଆମର ପ୍ରଧାନମନ୍ତ୍ରୀ ହୋଇ ରହିବେ

hindustan times
30

ଲୋକସଭା ନିର୍ବାଚନ ୨୦୧୯ରେ ବିଜେପିର ବମ୍ପର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସଂସଦର ସେଣ୍ଟ୍ରାଲ ହଲରେ ଏନଡିଏର ନବ ନିର୍ବାଚିତ ସାଂସଦ ମାନଙ୍କୁ ସଂବୋଧିତ କରିଥିଲେ । ଏହି ସଭାରେ ପିଏମ ମୋଦି ଦେଇଥିବା ସ୍ପିଚକୁ ସମସ୍ତେ ଖୁବ ପ୍ରଶଂସା କରୁଛନ୍ତି । ମୋଦି ସାଂସଦ ମାନଙ୍କୁ ସମ୍ବୋଧିତ କରି ଲୋକମାନଙ୍କ ବିଶ୍ୱାସ ଜିତିବା ପାଇଁ ପ୍ରେରିତ କରିବା ସହିତ ଅନେକ ମୁଦ୍ଦା ଉଠାଇ ଥିଲେ ।

ମୋଦିଙ୍କ ଏହି ସ୍ପିଚକୁ ବଲିଉଡ ଆକ୍ଟର ତଥା ପ୍ରଡ୍ୟୁସର କମାଲ ଖାନ ଖୁବ ପ୍ରଶଂସା କରିଛନ୍ତି । କମାଲ ଖାନ ଟ୍ୱିଟ କରି ଲେଖିଥିଲେ, ‘ସାର୍ ନରେନ୍ଦ୍ର ମୋଦି ଆପଣଙ୍କ ୱାର୍ଲ୍ଡ କ୍ଲାସ ଏବଂ ଐତିହାସିକ ସ୍ପିଚ ପାଇଁ ଧନ୍ୟବାଦ । ଆପଣ ସବୁଦିନ ପାଇଁ ଆମର ପ୍ରଧାନମନ୍ତ୍ରୀ ରହିବେ । ’ କମାଲ ଖାନଙ୍କ ଏହି ଟ୍ୱିଟ ପରେ ଅନେକ ଲୋକଙ୍କ ପ୍ରତିକ୍ରିୟା ଆସିବାରେ ଲାଗିଛି । ସବୁବେଳେ ସମସ୍ତଙ୍କୁ ସମାଲୋଚନା କରୁଥିବା କମାଲ ଖାନ କିନ୍ତୁ ଏଥର ପିଏମ ମୋଦିଙ୍କୁ ପ୍ରଶଂସା କରି ରହିପାରିନାହାଁନ୍ତି ।

କହିରଖୁଛୁ ଯେ, ନରେନ୍ଦ୍ର ମୋଦି ଶନିବାର ନିଜ ସ୍ପିଚରେ କହିଥିଲେ- ତାଙ୍କ ସରକାର ନୂଆ ଶକ୍ତି ସହିତ ନୂଆ ଭାରତର ନିର୍ମାଣ ପାଇଁ ଏକ ନୂଆ ଯାତ୍ରା ଆରମ୍ଭ କରିବ । ଏହା ସେ ନବନିର୍ବାଚିତ ସାଂସଦ ମାନଙ୍କୁ ଭେଦଭାବ ନକରି କାମ କରିବା ପାଇଁ ପରାମର୍ଶ ଦେଇଥିଲେ । ୭୫ ମିନିଟର ଏହି ଭାଷଣରେ ମୋଦି ଅନେକ ମସସ୍ୟା ମୁଦ୍ଦା ବିଷୟରେ ଆଲୋଚନା କରିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More