Only for Entertainment

ଅଭିନେତା ରାଜକୁମାର ରାଓ କିଣିଲେ ହାର୍ଲେ-ଡାଭିଡସନର ପ୍ରସିଦ୍ଧ ବାଇକ, ଦାମ ଶୁଣି ଉଡିଯିବ ହୋଶ୍!

patrika
93

ବାଇକର ମୂଲ୍ୟ ୧୪.୬୯ଲକ୍ଷ ଅଟେ । ଅଭିନେତା ରାଜକୁମାର ହାର୍ଲେ ଡେଭିଡସନ କିଣିବା ବିଷୟରେ କମ୍ପାନୀ ନିଜ ଅଫିସିଆଲ ଅକାଉଂଟରେ ଶେୟାର କରିଛନ୍ତି ।

କମ୍ପାନୀ ଟ୍ୱିଟ କରି ରାଜକୁମାର ରାଓଙ୍କୁ ସ୍ୱାଗତ କରିଛନ୍ତି ଏବଂ ଲେଖିଛନ୍ତି ଆମେ ହାର୍ଲେ ଡେଭିଡସନ ପରିବାରରେ ରାଜକୁମାର ରାଓଙ୍କୁ ସ୍ୱାଗତ ଜଣାଉଛୁ । ଆଶା କରୁଛୁ ଯେ ହାର୍ଲେ ଡେଭିଡସନ ଫ୍ୟାଟ ବବ ବାଇକ ଯାତ୍ରା ଆନନ୍ଦ ପ୍ରଦାନ କରୁ ।

ଏଠାରେ ଆମେ କହି ରଖୁଛୁ ଯେ ଭାରତରେ ହାର୍ଲେର ଫ୍ୟାଟ ବବ ମଡେଲ ୨୦୧୭ରେ ଲଂଚ ହୋଇଥିଲା । ରାଜକୁମାର ରାଓ ହାର୍ଲେ ‘ଫ୍ୟାଟ ବବ’ର ଲାଟେଷ୍ଟ ମଡେଲ କିଣିଛନ୍ତି । ଆକର୍ଷକ ଲୁକ ସହ ବାଇକରେ ୧୭୪ସିସିର ଇଂଜିନ ରହିଛି । ବାଇକର ଓଜନ ୩୦୯କେଜି ।


ଫ୍ୟାଟ ବବ ବାଇକରେ ୬ସ୍ପିଡ ଗିୟର ରହିଛି ଯାହା ୧୮୦କିମିର ଟପ ସ୍ପିଡ ଦେଉଛି । ଏଥିରେ ୧୪ଲିଟର ଫୁଏଲ ଟ୍ୟାଙ୍କ ରହିଛି । ବାଇକର ମାଇଲେଜ ୧୮-୨୦କିମି/ଲିଟର ଶୁଣିବାକୁ ମିଳିଛି । ହାର୍ଲେର ଏହି ବାଇକ ପ୍ରେମୀ ଯୁଗଳଙ୍କ ପାଇଁ ମଧ୍ୟ ଖୁବ ପ୍ରସିଦ୍ଧ ଅଟେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More