Only for Entertainment

ନନ୍ ଗ୍ଲାମର୍ ଝିଅ ନତାଶାଙ୍କ ହାତ ଧରିବେ ବଲିଉଡ୍ ଅଭିନେତା ବରୁଣ ଧୱନ, ଆଗାମୀ ବର୍ଷ କରିବେ ବିବାହ ।

DNA India
0 45

ବଲିଉଡରେ ଏବେ ମାରେଜ୍ ସିଜିନ୍ ଆସିବାକୁ ଯାଉଛି । ଗୋଟିଏ ପରେ ଗୋଟିଏ କପଲ୍ ବିବାହ କରିବା ପାଇଁ ନିଷ୍ପତି ନେଉଛନ୍ତି । ଏଭିତରେ ସାମିଲ୍ ହୋଇଛନ୍ତି ବଲିଉଡର ହ୍ୟାଣ୍ଡସମ୍ ଅଭିନେତା ବରୁଣ ଧୱନ । ନିଜ ଲଙ୍ଗ ଟାଇମ୍ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ହାତ ଧରିବେ ବରୁଣ । ଆସନ୍ତା ବର୍ଷ ଜାନୁୟାରୀ କି ଫେବୃୟାରୀ ମାସରେ ବିବାହ କରିପାରନ୍ତି ବରୁଣ । ନିକଟରେ ଏକ ଇଂଟରଭ୍ୟୁରେ ଏମିତି କିଛି କହିଛନ୍ତି ଯାହା ତାଙ୍କ ବିବାହ ଖବରକୁ ଆହୁରି ଖୋରାକ ଯୋଗାଇଛି ।

natasha and varun

ନିକଟରେ ଏକ ୱେବସାଇଟକୁ ଇଂଟରଭ୍ୟୁ ଦେବା ସମୟରେ ବରୁଣ ଏମିତି କିଛି ହିଣ୍ଟ ଦେଇଛନ୍ତି । ଇଂଟରଭ୍ୟୁରେ ବରୁଣଙ୍କୁ ପଚରାଗଲା କେବେ କରିବେ ମାରେଜ୍ । ଏହି ପ୍ରଶ୍ନରେ ବରୁଣ ଉତ୍ତର ଦେଲେ ଖୁବଶୀଘ୍ର । ତେବେ ଏକଥା ତ ବରୁଣଙ୍କ ଫ୍ୟାନ୍ ମାନଙ୍କୁ ଜଣାଥିବ ଯେ, ସେ ନନ୍ ଗ୍ଲାମର୍ ଗର୍ଲ ନତାଶା ଦଲାଲଙ୍କୁ ଡେଟ୍ କରୁଛନ୍ତି । ମୁଭି ଡେଟ୍ ହେଉ କି ଡିନର୍ ଡେଟ୍ ଅବା କୌଣସି ଇଭେଂଟ୍ ସବୁଠି ଏକାଠି ନଜର ଆସନ୍ତି ନତାଶା । ନତାଶା ହେଉଛନ୍ତି ବରୁଣଙ୍କ କଲେଜ୍ ଟାଇମ୍ର ବନ୍ଧୁ । ଆଉ ଦୁହେଁ ସେହି ସମୟରୁ ପରସ୍ପରକୁ ଡେଟ୍ କରୁଛନ୍ତି ।

ଅନେକ ସମୟରେ ମିଡିଆ ଏମାନଙ୍କୁ ଏକାଠି କ୍ୟାମେରାରେ କଏଦ କରେ । ହେଲେ ନିଜକୁ ମିଡିଆ ଠାରୁ ସବୁବେଳେ ଦୂରରେ ରଖିବାକୁ ଚାହାଁନ୍ତି ନତାଶା । ଏମାନଙ୍କ ଯୋଡିକୁ ନେଇ ଅନେକ ଗସିପ ରୁମର୍ ଶୁଣିବାକୁ ମିଳିଛି । ହେଲେ ଏବେ ବିବାହ କରିବା ଖବର ଏସବୁ ରୁମରକୁ କରିଛି ପକ୍କା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More