Only for Entertainment

ବର୍ଷା ପ୍ରିୟଦର୍ଶିନୀଙ୍କ ଫିଲ୍ମ ’ନିମକି’ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ!

8

ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା ‘ନିମକି-ନିମ୍ପୁରରୁ ନବୀନ ନିବାସ’ ଆଗାମୀ ୨୩ ତାରିଖରେ ରିଲିଜ ହେବାକୁ ଯାଇଛି । ଏହି ସିନେମାର ପ୍ରିମିୟରରେ ଯୋଗ ଦେବେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ । ଆଉ ଏକଥା ନିଜେ ଜଣାଇଛନ୍ତି ନିମକି ସିନେମାର ମୁଖ୍ୟ ନାୟିକା ବର୍ଷା ପ୍ରିୟଦର୍ଶିନୀ । ସିନେମାର ପୁରା ଟିମ୍ ଏଥିପାଇଁ ଖୁବ ଉତ୍ସାହି ଥିବା କଥା ମଧ୍ୟ ଜଣାଇଛନ୍ତି । କାରଣ ଓଲିଉଡ଼୍ ଇତିହାସରେ ଏହା ପ୍ରଥମ । ସେପେଟ ଚଳଚ୍ଚିତ୍ର ନିମକିର ଦ୍ୱିତୀୟ ଗୀତ ମୁକ୍ତିଲାଭ କରିଛି । ରାଜଧାନୀ ଭୁବନେଶ୍ୱରକୁ ବେଶ୍ ସୁନ୍ଦର ଢ଼ଙ୍ଗରେ ଚିତ୍ରଣ କରାଯାଇଛି ଏହି ଗୀତରେ ।

ସୂଚନାଯୋଗ୍ୟ ନିକଟରେ ରିଲିଜ୍ ଅପେକ୍ଷାରେ ଥିବା ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିଛନ୍ତି । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଆଉ ପ୍ରତ୍ୟେକ ଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ସେୟାର୍ କରୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More