Only for Entertainment

ଏହି ଅଭିନେତ୍ରୀ କୋ-ଷ୍ଟାରଙ୍କ ସହ ହ୍ୱିଲଚେୟାରରେ ବସି ଲଗାଇଲେ ଠୁମକା, ଭିଡିଓ ଭାଇରାଲ !

instagram
0 42

ବଲିଉଡରେ ଅଜୟ ଦେବଗନଙ୍କ ସିଙ୍ଘମ ଏବଂ ଅକ୍ଷୟ କୁମାରଙ୍କ ସହ ‘ସ୍ପେଶାଲ ୨୬’ରେ ନଜର ଆସିଥିବା ସାଉଥର ସୁପରଷ୍ଟାର କାଜଲ ଅଗ୍ରୱାଲଙ୍କ ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସାଉଥ ଷ୍ଟାର କାଜଲ ନିଜ କୋ-ଷ୍ଟାର ସାଇ ଶ୍ରୀନିବାସଙ୍କ ମସ୍ତି କରୁଥିବା ନଜର ଆସିଛନ୍ତି । କାଜଲ ଅଗ୍ରୱାଲ ହ୍ୱିଲ ଚେୟାରର ହାତ ଉପରେ ବସିଛନ୍ତି ଏବଂ ଶ୍ରୀନିବାସ ହ୍ୱିଲ ଚେୟାରରେ ବସିଛନ୍ତି । ଜଣେ ବ୍ୟକ୍ତି ପଛପଟୁ ହ୍ୱିଲ ଚେୟାରକୁ ଚଲାଉଛନ୍ତି । ଦୁହେଁ ମସ୍ତ ଅନ୍ଦାଜରେ ବସି ଡ୍ୟାନ୍ସ କରୁଛନ୍ତି ।


କିଛି ସମୟ ପରେ ଦୁହେଁ ଛିଡା ହୋଇ ଡ୍ୟାନ୍ସ କରିବାକୁ ଲାଗିଛନ୍ତି । ଖାସ କଥା ହେଉଛି ଦୁହେଁ କିକି ଚ୍ୟାଲେଂଜକୁ ନଜରରେ ରଖି ଏକ ନିଆରା ଅନ୍ଦାଜରେ କିକି ଚ୍ୟାଲେଂଜ କରୁଛନ୍ତି । ମାତ୍ର ଦୁହେଁ ଏହି ଭିଡିଓ ଦ୍ୱାରା ଏହି ଚ୍ୟାଲେଂଜକୁ ସତର୍କ ଏବଂ ସୁରକ୍ଷିତ ଭାବେ କରିବାକୁ ଲୋକମାନଙ୍କୁ ଏହି ଭିଡିଓ ଜରିଆରେ ସନ୍ଦେଶ ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More