Only for Entertainment

ସନା ଖାନ କଲେ ଏପରି ବେଲି ଡ୍ୟାନ୍ସ, ଭାଇରାଲ ହେଲା ଭିଡିଓ-

sana khan insta pic
45

ଅଭିନେତ୍ରୀ ସନା ଖାନ ଏବେ ଲାଇମ ଲାଇଠାରୁ ଦୂରରେ ଅଛନ୍ତି ସତ କିନ୍ତୁ ତାଙ୍କର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସନା ବେଲି ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ସନା କୈଣସି ସଙ୍ଗରେ ବେଲି ଡ୍ୟାନ୍ସ ପ୍ରାକ୍ଟିସ କରୁଛନ୍ତି । ଏହି ଭିଡିଓକୁ ସେ ନିଜ ଅଫିସିଆସ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସନା ଖାନଙ୍କ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୫ ଲକ୍ଷ ୭୩ ହଜାରରୁ ଅଧିକ ଥର ଦେଖାଯାଇଛି । ଏହି ଭିଡିଓକୁ ଲୋକେ ଖୁବ ପସନ୍ଦ କରିବା ସହିତ ନିଜ ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ଦେଖନ୍ତୁ ଭିଡିଓ-

 

View this post on Instagram

 

Everything looks perfect when bae styles it ♥️ @melvinlouis #melvinlouis #sanakhan

A post shared by Sana Khaan (@sanakhaan21) on

କହିରଖୁଛୁ ଯେ, ସନା ଖାନ ସଲମାନଙ୍କ ସହିତ ଫିଲ୍ମ ‘ଜୟ ହୋ’ରେ ନଜର ଆସିଥିଲେ । ଏହା ବ୍ୟତିତ ସେ ଅନେକ ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଫିଲ୍ମ ସହିତ ସେ ୫୦ରୁ ଅଧିକ ବିଜ୍ଞାପନରେ ମଧ୍ୟ କାମ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More