Only for Entertainment

ଏବେ ରଣବିରଙ୍କ ପରେ କାର୍ତିକଙ୍କ ନାୟିକା ହେବେ ବିଶ୍ୱ ସୁନ୍ଦରୀ ।

youtube
0 68

ବଲିଉଡର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ନିଜ ଅନସ୍କ୍ରିନ ନାୟକଙ୍କୁ ନେଇ ରହିଛନ୍ତି ହେଡଲାଇନ୍ସରେ । ନିଜ ବୟସ ଠାରୁ ଢେର କମ ବୟସ ଅଭିନେତାଙ୍କ ସହ ରୋମାନ୍ସ କରିବା ନେଇ ଏବେ ଖବରରେ ରହିଛନ୍ତି ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପ୍ରଥମେ ତାଙ୍କୁ ଚଳଚ୍ଚିତ୍ର ଏ ଦିଲ୍ ହୈ ମୁସ୍କିଲରେ ଅଭିନେତା ରଣବୀର କପୁରଙ୍କ ସହ ରୋମାନ୍ସ କରିବାରେ ଦେଖିବାକୁ ମିଳିଥିଲା । ଏବେ ୧୫ ବର୍ଷ ସାନ ଆକ୍ଟର୍ କାର୍ତିକ୍ ଆର୍ୟନଙ୍କ ନାୟିକା ଭାବେ ଐଶ୍ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି ।

ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ନିଜ ଅଭିନୟ ଅପେକ୍ଷା ନିଜ ବିୟୁଟିକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ । ଆଉ ବଲିଉଡର ସବୁ ନାୟକ ଏହି ସୁନ୍ଦରୀଙ୍କ ଅପୋଜିଟରେ ନାୟକ ହେବା ପାଇଁ ଇଚ୍ଛା ରଖିଥାନ୍ତି । ତେବେ ଐଶଙ୍କ ନାୟକ ହେବା କୌଣସି ଛୋଟ କଥା ନୁହେଁ । ଆଉ ଏବେ ଏହି ସୁଯୋଗ ମିଳିଛି ୟଙ୍ଗ, ହାର୍ଟଥ୍ରୋବ କାର୍ତିକ୍ ଆର୍ୟନଙ୍କୁ । ଚଳଚ୍ଚିତ୍ର ସୋନୁ କେ ଟିଟୁ କି ସ୍ୱିଟି ହିଟ୍ ହେବା ପରେ ଅଭିନେତା କାର୍ତିକଙ୍କ ଚାହିଦା ଏବେ ଇଣ୍ଡଷ୍ଟ୍ରୀରେ ଢେର୍ ବଢି ଯାଇଛି । ଆଉ ଯାହା ପାଇଁ ତାଙ୍କୁ ମିଳିଛି ଅଫର୍ ବିଶ୍ୱ ସୁନ୍ଦରୀଙ୍କ ସହ ରୋମାନ୍ସ କରିବାର ।

ନିର୍ଦ୍ଦେଶକ ରୋହନ୍ ସିପ୍ପିଙ୍କ ଅପକମିଂ ଥ୍ରୀଲର୍ ଚଳଚ୍ଚିତ୍ର ଐଶଙ୍କ ବିପକ୍ଷରେ ଜଣେ ୟଙ୍ଗ ହ୍ୟାଣ୍ଡସମ୍ ଆକ୍ଟରଙ୍କ ଡିମାଣ୍ଡ ଥିଲା । ଆଉ କାର୍ତିକଙ୍କୁ ଏହି ଚରିତ୍ର ପାଇଁ ବାଛିଛନ୍ତି ମେକର । ତେବେ କାର୍ତିକଙ୍କ ଠାରୁ ବୟସରେ ୧୫ ବର୍ଷ ବଡ ହେଉଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଆଉ ନିଜ ଠାରୁ ୧୫ ବର୍ଷ ସାନ ନାୟକଙ୍କ ବିପକ୍ଷରେ ନଜର ଆସିବେ ନୀଳ ନୟନା ।

ନିଜ ଠାରୁ କମ ବୟସ ହିରୋଙ୍କ ସହ ବେଶ ଜମିବ ବିଶ୍ୱ ସୁନ୍ଦରୀଙ୍କ ଯୋଡି । ପୂର୍ବରୁ ଚଳଚ୍ଚିତ୍ର ଏ ଦିଲ୍ ହୈ ମୁସ୍କିଲ ଫିଲ୍ମରେ ଅଭିନେତା ରଣବୀର କପୁରଙ୍କ ସହ ରୋମାନ୍ସ କରିବାରେ ନଜର ଆସିଥିଲେ ଐଶ୍ । ଫିଲ୍ମଟି ହିଟ ନ ହୋଇଥିଲେ ସୁଦ୍ଧା, ରଣବିର ଓ ଐଶଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ରଣବୀର କପୁରଙ୍କ ପରେ ଏବେ ଏହି ସୁଯୋଗ ମିଳିଛି କାର୍ତିକ ଆର୍ୟନଙ୍କୁ । ଆଉ ଏହି ଅଫର୍ ପାଇଁ କାର୍ତିକ ଭାଗ୍ୟ ଯେମିତି ଫିଟି ଯାଇଛି । ତେବେ ଐଶ୍ୱର୍ଯ୍ୟାଙ୍କ ସହ ଅନସ୍କ୍ରିନ୍ ରୋମାନ୍ସ କରିବା ଛଡା ବଲିଉଡ ବେଗମ୍ ସହ ବି ନଜର ଆସିଥିଲେ କାର୍ତିକ । କରୀନା କପୁର୍ ଖାନଙ୍କ ସହ ଏକ ଫ୍ୟାଶନ ଶୋ’ ରେ ର୍ୟାମ୍ପରେ ଚାଲିବାର ସୁଯୋଗ ମିଳିଥିଲା କାର୍ତିକଙ୍କୁ । ହେଲେ ଏଥର ଐଶ୍ୱର୍ଯ୍ୟାଙ୍କ ଅନସ୍କ୍ରିନ ହାରୋ ହେବେ ଏହି ପ୍ୟାର୍ କା ପଂଚନାମା ଫେମ୍ ଅଭିନେତା କାର୍ତିକ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More