Only for Entertainment

ଇନଶାଅହ୍ଲା ପ୍ରୋଜେକ୍ଟ ବନ୍ଦ ପରେ ଆଲିୟା ଭଟ୍ଟଙ୍କୁ ମିଳିଲା ସଂଜୟ ଲୀଲା ଭଂସାଲୀଙ୍କ ଦ୍ୱିତୀୟ ଫିଲ୍ମ !

61

ଇନଶାଅହ୍ଲା ପ୍ରୋଜେକ୍ଟ ବନ୍ଦ ହୋଇଯିବା ପରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ମନ ଯେପରି ଭାଙ୍ଗି ଯାଇଥିଲା । ପ୍ରଖ୍ୟାତ ନିର୍ଦ୍ଦେଶକ ସଂଜୟ ଲୀଲା ଭଂଶାଲିଙ୍କ ସହ କାମ କରିବାର ସୁଯୋଗ ହାତଛଡା ହୋଇଥିବାରୁ ନିରାଶ ହୋଇଥିଲେ ଆଲିଆ । ହେଲେ ଏବେ ଆଲିଆଙ୍କୁ ଆଉ ନିରାଶ ହେବାକୁ ପଡିବନାହିଁ । କାରଣ ସେ ଭଂଶାଲିଙ୍କ ସହ ଆଉ ଏକ ପ୍ରୋଜେକ୍ଟ ସାଇନ୍ କରି ନେଇଛନ୍ତି । ଅନେକ ଥର ସଂଜୟଙ୍କ ଘର ଓ ଅଫିସ୍ ଚକ୍କର୍ କାଟିବା ପରେ ଆଲିଆଙ୍କୁ ମିଳିଛି ଏହି ଅଫର୍ । ସଂଜୟ ଲୀଲା ଭଂଶାଲିଙ୍କ ଆଗାମୀ ଫିଲ୍ମ ‘ଗଙ୍ଗୁବାଈ’ରେ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଯାହାକୁ ନେଇ ଏହି ସୁନ୍ଦରୀଙ୍କ ଖୁସି କହିଲେ ନ ସରେ ।

 

View this post on Instagram

 

Berry funny ???

A post shared by Alia ? (@aliaabhatt) on

ତେବେ ଆଲିୟାଙ୍କ ୱାର୍କଫ୍ରଂଟ ବିଷୟରେ କହିବାକୁ ଗଲେ ସେ ଏବେ ଫିଲ୍ମ ‘ବ୍ରାହ୍ମସ୍ତ୍ର’କୁ ନେଇ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ରଣବୀର କପୂର,ଅମିିତାଭ ବଚ୍ଚନ ମୌନି ରୟ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ବ୍ୟତୀତ ଆଲିୟା ନିଜ ବାପା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ସଡକ ସିକ୍ୱେଲରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଆଦିତ୍ୟ ରୟ କପୂର, ସଂଜୟ ଦତ୍ତ ଏବଂ ଭଉଣୀ ପୂଜା ଭଟ୍ଟ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More