Only for Entertainment

ଆୟୁଷ୍ମାନ ଖୁରାନାଙ୍କ ବାରଣାସୀରେ ଗଙ୍ଗା ଆଳତୀ, ଦେଖନ୍ତୁ ଫଟୋ !

24

ଫିଲ୍ମ ରିଲିଜ ହେବା ପୂର୍ବରୁ ବାରାଣାସୀରେ ପହଁଚି ଗଙ୍ଗା ଆଳତୀ କରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନା । ଗଙ୍ଗା ଆଳତୀ କରିବା ପରେ ଆୟୁଷ୍ମାନ କିଛି ଫଟୋ ପୋଷ୍ଟ କରିବା ସହ ନିଜ ମନ କଥା କହିଛନ୍ତି । ପ୍ରଥମ ଥର ପାଇଁ ଗଙ୍ଗା ଆଳତୀ ପାଇଁ ମୌକା ମିଳିଥିବା ଯୋଗୁଁ ନିଜକୁ ଭାଗ୍ୟଶାଳୀ ମନେ କରିବା ସହ ଏହା ଏକ ଅନନ୍ୟ ଅନୁଭୂତି ଥିଲା ବୋଲି ଅଭିନେତା କହିଛନ୍ତି ।

ଚଳିତ ସପ୍ତାହରେ ଆୟୁଷ୍ମାନ, ଭୂମି ଓ ୟାମୀଙ୍କ ଅଭିନୀତ ବାଲା ଫିଲ୍ମ ରିଲିଜ ହେବ । ରିଲିଜ ପୂର୍ବରୁ କଳାକାର ଫିଲ୍ମର ପ୍ରମୋସନ ପାଇଁ ବାରଣାସୀରେ ପହଁଚିଛନ୍ତି । ଫିଲ୍ମର ପ୍ରମୋସନ ସହ ଭୋରରୁ ଗଙ୍ଗା ନଦୀ କୁଳରେ ପହଁଚି ଆଳତୀ କରିଛନ୍ତି ଅଭିନେତା ।

ଏଠାରେ ଆମେ କହି ରଖୁଛୁ ଯେ ଡ୍ରିମଗର୍ଲ ରିଲିଜ ପୂର୍ବରୁ ଲାଲା ବାଗ ଏବଂ ବଧାଇ ହୋ ଫିଲ୍ମ ରିଲିଜ ପୂର୍ବରୁ ମା ବୈଷ୍ଣୋଦେବୀ ମନ୍ଦିର ଯାଇଥିଲେ ଆୟୁଷ୍ମାନ । ଆୟୁଷ୍ମାନଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ‘ବାଲା’ ୮ନଭେମ୍ବରରେ ରିଲିଜ ହେବ । ଫିଲ୍ମରେ ଅମର କୌଶିକ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More