Only for Entertainment

ଭିଡ଼ହିଂସା ପାଇଁ ଗଭୀର ଅସନ୍ତୋଷ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଲେ ୪୯ ଜଣ ସେଲିବ୍ରିଟି

Republic World
50

ଦେଶର ବିଭିନ୍ନ ରାଜ୍ୟରେ ଘଟୁଥିବା ଭିଡ଼ହିଂସା ପାଇଁ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି ସେଲିବ୍ରିଟି। ପ୍ରାୟ ୪୯ ଜଣ ସେଲିବ୍ରିଟି ଏହି ପ୍ରସଙ୍ଗ‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଗାୟିକା ଶୋଭା ମୁଦ୍‌ଗଲ୍‌, ଫିଲ୍ମ ନିର୍ମାତା ଅପର୍ନା ସେନ୍, ମଣିରତ୍ନମ, ଅନୁରାଗ କଶ୍ୟପ ଏବଂ ଐତିହାସିକ ରାମଚନ୍ଦ୍ର ଗୁହା ଆଜି ମୋଦୀଙ୍କୁ ଖୋଲା ଚିଠି ଲେଖି ଭିଡ଼ହିଂସା ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କହିଛନ୍ତି।

ମୁସଲିମ୍‌, ଦଳିତ ଏବଂ ଅନ୍ୟ ସଂଖ୍ୟାଲଘୁ ଗୋଷ୍ଠୀର ବ୍ୟକ୍ତିମାନେ ଶିକାର ହେଉଥିବା ଭିଡ଼ହିଂସା ତୁରନ୍ତ ବନ୍ଦ ହେବା ଉଚିତ୍‌ ବୋଲି ସେମାନେ କହିଛନ୍ତି। ଏନ୍‌ସିଆରବି ରି‌ପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୦୧୬ ମସିହାରେ ଦଳିତଙ୍କ ବି‌ରୋଧରେ ୮୪୦ରୁ ଅଧିକ ଅତ୍ୟାଚାର ଘଟଣା ଘଟିଛି। କିନ୍ତୁ ସେହି ପରିମାଣରେ ଦଣ୍ଡାଦେଶ ହୋଇନାହିଁ। ସେହିପରି ଜାନୁଆରି ୧, ୨୦୦୯ରୁ ଅକ୍ଟୋବର ୨୯, ୨୦୧୮ ମଧ୍ୟରେ ୨୫୪ଟି ଧର୍ମ ଆଧାରିତ ଘୃଣ୍ୟ ଅପରାଧ ହୋଇଛି।

ମୋଦୀ ଭିଡ଼ହିଂସାକୁ ସମାଲୋଚନା କରୁଛନ୍ତି କିନ୍ତୁ ତାହା ଯଥେଷ୍ଟ ନୁହେଁ। ଏଦିଗରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ୍‌। ଯଦି ହତ୍ୟା ମାମଲାରେ ବିନା ପାରୋଲ୍‌ରେ ଆଜୀବନ କାରାଦଣ୍ଡ ମିଳୁଛି ତେବେ ଭିଡ଼ହିଂସା ଘଟଣାରେ କାହିଁକି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ମିଳିବ ନାହିଁ ବୋଲି ସେଲିବ୍ରିଟିମାନେ ପ୍ରଶ୍ନ କରିଛନ୍ତି। କୌଣସି ନାଗରିକ ନିଜ ଦେଶ ମଧ୍ୟରେ କେବେ ଭୟରେ ବଞ୍ଚିବା ଉଚିତ୍‌ ନୁହେଁ। ସେଲିବ୍ରିଟିମାନେ ପୁଣିଥ‌ରେ ସ୍ପଷ୍ଟ ଭାବେ କହିଛନ୍ତି ଯେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଏବେ ଯୁଦ୍ଧ ଡାକରାରେ ପରିଣତ ହୋଇଛି। ଏଥିପାଇଁ ଅନେକ ସ୍ଥାନରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More