Only for Entertainment

ଜେନିଫରଙ୍କ ବଲିଉଡ ଡେବ୍ୟୁ

LYRICAL DUNIYA
0 35

ଧାରାବାହିକ ‘ବେହଦ’ରେ ନେଗେଟିଭ କ୍ୟାରେକ୍ଟର ପ୍ଲେ କରିଥିବା ଜେନିଫର ୱିନଗେଟ ଫିଲ୍ମ ‘ଫିର ସେ’ ଜରିଆରେ ବଲିଉଡ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମର ଏକ ଭିଡିଓ ନଜରକୁ ଆସିଛି, ଯେଉଁଥିରେ ସେ ଜେନିଫର ତାଙ୍କ କୋ-ଷ୍ଟାର କୁନାଲ କୋହଲିଙ୍କ ସହିତ ଲିପଲକ କରୁଥିବାର ନଜର ଆସିଛନ୍ତି । ଅବଶ୍ୟ ଫିଲ୍ମଟି କିଛିଦିନ ତଳେ ନେଟଫ୍ଲିକ୍ସରେ ରିଲିଜ ହୋଇଛି । କୁନାଲ କୋହଲୀଙ୍କ ଏହି ଫିଲ୍ମଟି ୨୦୧୫ରୁ ନିର୍ମାଣ ହୋଇ ପଡିରହିଥିଲା । ଏବେ ଏହାକୁ ରିଲିଜ କରିଦିଆଯାଇଛି । ଫିଲ୍ମରେ ଜେନିଫର-କୁନାଲଙ୍କ ବ୍ୟତୀତ ସୁମୋନା ଚକ୍ରବର୍ତ୍ତୀ, ରଜତ କପୁର, ଦିଲ୍ଲୀପ ତାହିଲ ତଥା ବଲିଉଡର ଆହୁରି ବଡ ବଡ କଲାକାର ଅଭିନୟ କରିଛନ୍ତି ।

ଏହା ପ୍ରଥମ ୱେବ ଫିଲ୍ମ ଯାହାକୁ କୁନାଲ କୋହଲୀ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ଅଧିକାଂଶ ସୁଟିଂ ଲଣ୍ଡନରେ ହୋଇଛି । ଫିଲ୍ମଟି ରିଲିଜ ହେବା ସହିତ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଜେନିଫର ଏବଂ କୁନାଲ ଦୁହେଁ ଦୁହିଁଙ୍କୁ କିସ୍ କରୁଥିବାର ଦେଖିବାକୁ ମିଳୁଛି । ତେବେ ଫିଲ୍ମରେ ଏଇ ଗୋଟିଏ ନୁହେଁ ବରଂ ବହୁ କିସିଂ ସିନ୍ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More