Only for Entertainment

ଫଟୋ ପରେ ‘ଛପାକ’ର ସୁଟିଂ ସେଟରୁ ଭାଇରାଲ ହେଲା ଭିଡିଓ, ବିକ୍ରାନ୍ତ ସହିତ ବାଇକରେ ନଜର ଆସିଲେ ଦୀପିକା

BollyCurry
46

ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଫିଲ୍ମ ‘ଛପାକ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯେବେଠାରୁ ଫିଲ୍ମର ପ୍ରଥମ ଲୁକ ସାମ୍ନାକୁ ଆସିଛି ସେବେଠାରୁ ଫିଲ୍ମକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢିବାରେ ଲାଗିଛି । ଇତି ମଧ୍ୟରେ ଫିଲ୍ମର ସୁଟିଂ ସେଟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ପ୍ରସିଦ୍ଧ ଫଟୋଗ୍ରାଫର ମାନବ ମଙ୍ଗଳାନୀ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଭିଡିଓରେ ଦୀପିକା ଫିଲ୍ମର ଲିଡ ଅଭିନେତା ବିକ୍ରାନ୍ତ ମେସୀଙ୍କ ସହିତ ବାଇକରେ ଆସି ଏକ ଦୋକାନ ସାମ୍ନାରେ ରୁହନ୍ତି । ପରେ ବିକ୍ରାନ୍ତ ରୋଡ ପାରି ହୋଇ ଅନ୍ୟ ପାଶ୍ୱର୍କୁ ଆସନ୍ତି । ଦୁହେଁ ଭିଡିଓରେ କଥା ହୋଉଥିବାର ମଧ୍ୟ ଦେଖିବାକୁ ମିଳିଛି ।

 

ଏହା ପୂର୍ବରୁ ମଧ୍ୟ ଦୀପିକାଙ୍କ ଅନେକ ଫଟୋ ସୁଟିଂ ସେଟରୁ ଭାଇରାଲ ହୋଇଛି । ପୂର୍ବରୁ ଆସିଥିବା ଫଟୋରେ ଦୀପିକା ସୁଟିଂ ସେଟରେ ପହଁଚି ଫ୍ୟାନ୍ସଙ୍କୁ ହାତ ହଲାଇ ସ୍ୱାଗତ କରିଥିଲେ । ସେଠାରେ ଉପସ୍ଥିତ ସମସ୍ତ ଲୋକେ ସେତେବେଳେ ଦୀପିକାଙ୍କୁ ଚିହ୍ନି ପାରିନଥିଲେ । କାରଣ ଦୀପିକାଙ୍କ ଲୁକ ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର‌୍ୟ୍ୟ କରିଦେଇଥିଲା ।

 

ଫିଲ୍ମର ପ୍ରଥମ ଲୁକ କିଛି ଦିନ ପୂର୍ବରୁ ରିଲିଜ କରାଯାଇଥିଲା । ଏହାକୁ ଲୋକେ ଖୁବ ପସନ୍ଦ କରିଥିଲେ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ଦୀପିକା ଏସିଡ ସରଭାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିବେ । ଫିଲ୍ମରେ ଦୀପିକା ଅଭିନୟ କରିବା ସହିତ ଏହାର ପ୍ରଡ୍ୟୁସର ମଧ୍ୟ ଅଛନ୍ତି । ଫିଲ୍ମ ୧୦ ଜାନୁଆରୀ ୨୦୨୦ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More