Only for Entertainment

ମଲାଇକା ଅରୋରାଙ୍କୁ ମିଳିଲା ଧୋକା, ଏହି ହିରୋ କହିଲେ ‘ବହନ ଜୀ’ !

507

ଛୋଟ ପରଦାର ପପୁଲାର ଶୋ’ ଡାନ୍ସ ଇଣ୍ଡିଆ ଡାନ୍ସ’ ନିଜ ଜବରଦସ୍ତ ପ୍ରତିଯୋଗୀଙ୍କ କାରଣରୁ ଚର୍ଚ୍ଚା ସାଉଂଟିଛି । ଏହାସହ ଶୋ’ରେ ହେଉଥିବା ମସ୍ତି ମଧ୍ୟ ଚର୍ଚ୍ଚାରେ ରହିଛି । ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଶୋ’ ହୋଷ୍ଟ କରୁଥିବା କରନ ବାହି ବିଚାରକ ରୂପେ ଆସିଥିବା ମଲାଇକା ଅରୋରାଙ୍କୁ ‘ବହନ ଜୀ’ ସମ୍ବୋଧନ କରୁଥିବାର ଦେଖିବାକୁ ମିଳିଛନ୍ତି ।

ଆଶ୍ଚର୍ଯ୍ୟ ହୋଇଗଲେ ନା ଏପରି କାହିଁକି ଏବଂ କିଭଳି ହୋଇପାରେ ?

ଅସଲରେ କରନ ଶୋ’ରେ ମଲାଇକାଙ୍କୁ କହୁଛନ୍ତି ସେ ତାଙ୍କୁ କିଛି ଦେବାକୁ ଚାହୁଁଛନ୍ତି । କରନ ମଲାଇକାଙ୍କ ଠାରୁ ସ୍ୱୀକୃତି ନେଇ ପଚାରିଛନ୍ତି ଯେ ସେ ମଲାଇକାଙ୍କ ପାଖକୁ କିଛି ଦେଇ ପାରିବେ । ମଲାଇକା ହଁ କହିବା ପରେ ସେ ତାଙ୍କ ପାଖକୁ ଆସି ମଲାଇକାଙ୍କ ହାତକୁ ଏକ କିସ କରି ତାଙ୍କ ହାତରେ ରଖି ଦେଇଛନ୍ତି । ଏଭଳି କରି କରନ କହିଛନ୍ତି ଯେ ‘ମନା ମତ କରନା ବହନ ଜୀ’ , କରନଙ୍କ ମୁହଁରୁ ବହନ ଜୀ ଶୁଣି ମଲାଇକା କିଛି ବୁଝି ପାରିନଥିଲେ କଣ ଜବାବ ଦେବେ । ଆଶ୍ଚର୍ଯ୍ୟ ହୋଇ କରନଙ୍କୁ ଚାହିଁ ରହିଥିଲେ ।

ମଲାଇକାଙ୍କୁ ଏଭଳି ଦେଖି କରନ ବୁଝାଇଥିଲେ ଯେ ବିବାହରେ ଆଂଟିମାନେ ଯେମିତି ଶଗୁନ କହି ଗିଫ୍ଟ ଦିଅନ୍ତି । ସେ ମଧ୍ୟ ସେହିଭଳି ଦେଇଛନ୍ତି ମାତ୍ର ଏହି ଗିଫ୍ଟ ସେ କରୀନାଙ୍କୁ ଦେବା ପାଇଁ ମଲାଇକାଙ୍କୁ କହିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More