Only for Entertainment

ଆକ୍ସନ ରୋମାଂଟିକ ଫିଲ୍ମ “ଡ୍ରାଇଭ’ର ନୂଆ ଗୀତ “ବ୍ଲାକ କାର୍” ରିଲିଜ !

16

ଅପକମିଂ ଆକ୍ସନ ରୋମାଂଟିକ ଫିଲ୍ମ “ଡ୍ରାଇଭ’ର ନୂଆ ଗୀତ ରିଲିଜ ହୋଇଛି । ଗୀତର ଟାଇଟେଲ ବ୍ଲାକ କାର୍ ରହିଥିବାବେଳେ ଏଥିରେ ଫିଲ୍ମର ମୁଖ୍ୟକଳାକାରଙ୍କୁ ଦେଖିବାକୁ ମିଳିଛି ।

ବଲିଉଡର ନୂଆ ଯୋଡି ସୁଶାନ୍ତ ସିଂ ରାଜପୁତ ଓ ଜ୍ୟାକଲିନଙ୍କୁ ନେଇ ଆସୁଛି ଆକ୍ସନ ଡ୍ରାମା ଫିଲ୍ମ ଡ୍ରାଇଭ । ଫିଲ୍ମର ଟ୍ରେଲର ଓ ଗୀତ ରିଲିଜ ହେବା ପରେ ଏବେ ଆସିଛି ଆଉ ଏକ ନୂଆ ଗୀତ । ଗୀତରେ ଦେଖିବାକୁ ମିଳିଛି ଷ୍ଟାରଯୋଡିଙ୍କ ଜବରଦସ୍ତ କାର ରେସିଂ ସିନ୍ । ଗୀତ ଲେଖିଛନ୍ତି ଦାନିସ ସାବରୀ ଓ ଜାବେନ ମୋହସିନ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ସୁରଜ ଚୌହାନ, ଆରିଫ ଖାନ, ଶିବିଙ୍କ ଆୱାଜ ରହିଛି ।

ଉଭୟ ସୁଶାନ୍ତ ଓ ଜ୍ୟାକଲିନଙ୍କୁ ଦର୍ଶକ ଚୋର ଭୁମିକାରେ ଦେଖିବାକୁ ପାଇବେ । ସେଭଳି ବମନ ଇରାନୀ ଏବଂ ପଙ୍କଜ ତ୍ରୀପାଠି ପୁଲିସ ଅଫିସର ଭୁମିକାରେ ନଜର ଆସିବେ । ଧର୍ମା ପ୍ରଡକ୍ସନରେ ପ୍ରସ୍ତୁତ ଡ୍ରାଇଭ କୌଣସି ଥିଏଟରରେ ରିଲିଜ କରାଯିବ ନାହିଁ । ନଭେମ୍ବର ୧ରେ ଏହି ଫିଲ୍ମ ନେଟଫ୍ଲିକ୍ସରେ ରିଲିଜ କରାଯିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More