Only for Entertainment

ରିଲିଜ ହେଲା ଫିଲ୍ମ ଜାବରିୟା ଯୋଡିର ଟ୍ରେଲର, ପୁଣି ଥରେ ଏକାଠି ନଜର ଆସିବେ ପରିଣୀତି ଏବଂ ସିଦ୍ଧାର୍ଥ !

27

ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ ପରିଣୀତି ଚୋପ୍ରା ଷ୍ଟାରର ଫିଲ୍ମ ଜାବରିୟା ଯୋଡିର ଟ୍ରେଲର ରିଲିଜ ହୋଇଛି । ପ୍ରଶାନ୍ତ ସିଂଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା କମେଡି ଫିଲ୍ମରେ ଅଭୟ ଏବଂ ବବଲିଙ୍କ ଲଭଷ୍ଟୋରୀ ଦେଖିବାକୁ ମିଳିବ । ଫିଲ୍ମରେ ସିଦ୍ଧାର୍ଥ ଅଭୟ ଏବଂ ପରିଣୀତି ବବଲି ଭୂମିକାରେ ନଜର ଆସିବେ ।

ଏହି ଫିଲ୍ମ ପୂର୍ବ ଉତ୍ତର ପ୍ରଦେଶ ଏବଂ ବିହାରରେ ହେବାକୁ ଥିବା ପକଡବା ବିବାହ ବିଷୟକୁ ନେଇ ଆଧାରିତ । ପକଡବା ବିବାହରେ ବରକୁ ଜବରଦସ୍ତି ନେଇ ବିବାହ କରି ଦିଆଯାଏ । ଏହି ଫିଲ୍ମରେ ସିଦ୍ଧାର୍ଥ ମଲହୋତ୍ରା ଜଣେ ଏଭଳି ବ୍ୟକ୍ତି ଭୂମିକାରେ ନଜର ଆସିବେ ଯିଏ ଜବରଦସ୍ତି ପୁଅଙ୍କୁ ଧରି ନେଇ ବିବାହ କରି ଦେଇଥାଏ ।

ଏହି ଫିଲ୍ମରେ ସେ ପ୍ରଥମ ଥର ଛୋଟ ସହରର ପୁଅ ଭୂମିକାରେ ନଜର ଆସିବେ । ପରିଣୀତିଙ୍କ ଭୂମିକା ତାଙ୍କ ପୂର୍ବ ଫିଲ୍ମର କାହାଣୀ ସହ ମିଳାମିଶା ଜଣେ ସାହାସୀ ଝିଅ ଭଳି ନଜର ଆସିବେ । ଫିଲ୍ମ ହଂସି ତୋ ଫଂସି ପରେ ପୁଣି ଥରେ ଏକାଠି ସ୍କ୍ରିନ ଶେୟାର କରିବେ ଏହି ଯୋଡି । ଏହି ଫିଲ୍ମରେ ଆପଣଙ୍କୁ ଅପାରଶକ୍ତି ଖୁରାନା, ସଂଜୟ ମିଶ୍ରା, ନୀରଜ ସୁଦ, ଗୋପାଲ ଦତ୍ତ, ଜାବେଦ ଜାଫରୀ ଏବଂ ଚନ୍ଦନ ରାୟ ସାନ୍ୟାଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟ ୨ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More