Only for Entertainment

ରିଲିଜ ହେଲା ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ‘ମେଡ୍ ଇନ୍ ଚାଇନା’ର ପ୍ରଥମ ଗୀତ ‘ଓଢଣୀ’ !

23

ନ୍ୟୁଟନ୍, ସ୍ତ୍ରୀ, ଜଜମେଂଟାଲ୍ ହୈ କ୍ୟା ଏଭଳି ଅନେକ ସିନେମାରେ ନିଜ ପ୍ରଭାବଶାଳୀ ଅଭିନୟ ପରଷି ବଲିଉଡରେ ବେଶ ଲୋକପ୍ରିୟ ହୋଇ ପାରିଛନ୍ତି ଅଭିନେତା ରାଜ କୁମାର୍ ରାଓ । ଆଉ ଆଜି କାଲି ସେ ନିଜ ଆଗାମୀ ଫିଲ୍ମ ‘ମେଡ୍ ଇନ୍ ଚାଇନା’କୁ ନେଇ ରହିଛନ୍ତି ଚର୍ଚ୍ଚାରେ ।

ଆଗାମୀ ବଲିଉଡ୍ କମେଡି – ଡ୍ରାମା ଫିଲ୍ମ ‘ମେଡ୍ ଇନ୍ ଚାଇନା’ର ପ୍ରଥମ ଗୀତ ‘ଓଢଣୀ’ ମୁକ୍ତିଲାଭ କରିଛି । ଗୀତରେ ଫିଲ୍ମର ଲିଡ୍ ଷ୍ଟାର୍ ରାଜକୁମାର୍ ରାଓ ଏବଂ ମୌନି ରୟଙ୍କୁ ଦେଖିବାକୁ ମିଳିଛି । ଦୁହିଁଙ୍କ ଧୁମଧମାଲ୍ ଡ୍ୟାନ୍ସ ଦେଖିବାକୁ ମିଳିଛି ଏହି ଗୀତରେ । ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରାଜକୁମାର୍ ଓ ମୌନି ରୟଙ୍କ ଯୋଡିକୁ ପରଦାରେ ଦେଖିବେ ଦର୍ଶକ । ଜବରଦସ୍ତ ସଙ୍ଗୀତକୁ ଆକର୍ଷଣୀୟ ଲିରିକ୍ସ ଶୁଣିବାକୁ ମିଳିଛି ଏହି ଗୀତରେ ।

ସଚିନ୍ – ଜିଗରଙ୍କ ସଙ୍ଗୀତରେ ମୁକ୍ତିଲାଭ କରିଥିବା ଏହି ଗୀତରେ ଶୁଣିବାକୁ ମିଳିଛି ନେହା କକ୍କର୍, ଦର୍ଶନ୍ ରାୱଲ୍ ଓ ସଚିନ୍ – ଜିଗରଙ୍କ ଗାୟିକୀ । ଗୀତର ଲିରିକ୍ସ ଦେଇଛନ୍ତି ନିରେନ୍ ଭଟ୍ଟ ଓ ଜିଗର୍ ସରୈୟା । କମେଡି – ଡ୍ରାମା ଜନରକୁ ନେଇ ଫିଲ୍ମ ମେଡ୍ ଇନ୍ ଚାଇନାର କାହାଣୀ ଗତିଶୀଳ ହୋଇଛି । ଦିନେସ୍ ବିଜାନଙ୍କ ପ୍ରଯୋଜନାରେ ପ୍ରସ୍ତୁତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ମିଖିଲ୍ ମୁସୈଲ୍ । ୨୫ ଅକ୍ଟୋବର୍ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ମେଡ୍ ଇନ୍ ଚାଇନା’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More