Only for Entertainment

ରିଲିଜ ହେଲା ପାଗଳପନ୍ତୀ ଫିଲ୍ମର ଆଉ ଏକ ଟ୍ରେଲର, ପ୍ରଥମ ଥର ଭଳି ଦ୍ୱିତୀୟ ଟ୍ରେଲରକୁ ମଧ୍ୟ ପସନ୍ଦ କଲେ ଦର୍ଶକ !

14

‘ପାଗଲପଂତି’ବଲିଉଡର ନୂଆ ମଲିଟିଷ୍ଟାର କମେଡି ଫିଲ୍ମ । ନୂଆ କାହାଣୀ ସହ ପୁରୁଣା କଳାକାରଙ୍କ ଫନି ଅନ୍ଦାଜରେ ଅଭିନୟ ରହିଛି ଫିଲ୍ମ ପାଗଲପଂତିରେ । ନିକଟରେ ରିଲିଜ ହୋଇଛି ଏହାର ୨ୟ ଟ୍ରେଲର । ଟ୍ରେଲରରେ ଫିଲ୍ମର ସମସ୍ତ କଳାକାରଙ୍କୁ ଦେଖିବାକୁ ମିଳିଛି । ଟ୍ରେଲରେ ସ୍ଥାନ ପାଇଥିବା ଡାଇଲଗ ଓ ବ୍ୟାକଗ୍ରାଉଣ୍ଡ ସ୍କୋର ବେଶ ମନଛ୍ରୁଆଁ ହୋଇଛି । ଯାହାକି ଦର୍ଶକଙ୍କୁ ହସେଇ ହସେଇ ବେଦମ କରିଛି । ଟାଇଟେଲ ପରି ଫିଲ୍ମର କାହାଣୀ ରହିଛି ।

ଯେଉଁଥିରେ ଗୋଟେ ପରେ ଗୋଟେ ପାଗଳପଂତି କରି ଦର୍ଶକକଙ୍କୁ ଏଂଟରଟେନ କରିବେ କଳାକାର । ପ୍ରଥମ ଟ୍ରେଲର ପରି ୨ୟ ଟ୍ରେଲର ମଧ୍ୟ ଦର୍ଶକଙ୍କୁ ପସନ୍ଦ ଆସୁଛି । ପାଗଲପନ୍ତିରେ ମୁଖ୍ୟ ଭୁମିକାରେ ଅନୀଲ କପୁର, ଜନ ଆବ୍ରାହମ, ଅରଶଦ ୱାରସି, ସୌରଭ ଶୁକ୍ଳା, ପୁଲକିତ ସମ୍ରାଟ, ଇଲିଆନ ଡିକ୍ରୁଜ, କୃତି ଖରବନ୍ଦା, ଉର୍ବଶୀ ରୌତେଲା ପ୍ରମୁଖଙ୍କ ଅଭିନୟ ରହିଛି । ଆକ୍ସନ ରୋଲରୁ ବ୍ରେକ ନେଇ ଜନ ଏଥରକ କମେଡି ମଇଦାନକୁ ଓହ୍ଲାଇଛନ୍ତି । ଅନୀସ ବାଜମୀଙ୍କ ନିର୍ଦ୍ଦେଶିତ ପାଗଳପଂତି ନଭେମ୍ବର ୨୨ରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More