Only for Entertainment

ଫିଲ୍ମ ସ୍ତ୍ରୀ’ର ପ୍ରଥମ ଗୀତ ରିଲିଜ ।

youtube
0 43

ପରଦାରେ ଦେଖିବାକୁ ମିଳିବ ଅଭିନେତା ରାଜକୁମାର୍ ରାଓ ଓ ଶ୍ରଦ୍ଧା କପୁର୍ଙ୍କ ରୋମାନ୍ସ । ଆଗାମୀ ବଲିଉଡ୍ ହରର୍ କମେଡି ଫିଲ୍ମ ସ୍ତ୍ରୀ ରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ଏହି ଯୋଡି । ଗତ କିଛି ଦିନ ଆଗରୁ ଫିଲ୍ମର ପ୍ରଥମ ଟ୍ରେଲର୍ ରିଲିଜ୍ ହୋଇଥିଲା । ଯାହାକୁ ଅଡିଏନ୍ସ କରିଥିଲେ ଢେର୍ ପସନ୍ଦ । ଏବେ ଏହି ସିନେମାର ପ୍ରଥମ ଗୀତ ରିଲିଜ୍ ହୋଇଛି । ଯେଉଁଥିରେ ଶୁଣିବାକୁ ମିଳିଛି ମିକା ସିଂଙ୍କ ଆକର୍ଷଣୀ ସ୍ୱର । କେମିତି ରହିଛି ଏହି ଗୀତଟି ଚାଲନ୍ତୁ ଦେଖିବା ।

ଏହି ଗୀତରେ ଶ୍ରଦ୍ଧା ଏବଂ ରାଜକୁମାର ଏଭଳି ଲୁକରେ ନଜର ଆସିଛନ୍ତି ଯାହା ଆପଣ ଆଗରୁ ଦେଖିନଥିବେ । ଏହି ଗୀତ ରିଲିଜ ହେବା କିଛି କ୍ଷଣ ମଧ୍ୟରେ ଏବେ ପର୍ଯ୍ୟନ୍ତ ଏହାକୁ ୮୪ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି । ଏହି ଗୀତର ବୋଲ ରହିଛି ‘ମିଲେଗି ମିଲେଗି ତୁଝେ ଭି ମିଲେଗି’ । ଯେଉଁଥିରେ ଦୁଇ କଳାକାର ଜବରଦସ୍ତ ଠୁମକା କରୁଥିବାର ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More