Only for Entertainment

‘ତାନାଜୀ’ : କାଜୋଲଙ୍କ ଫାଷ୍ଟ ଲୁକର ପୋଷ୍ଟର ରିଲିଜ, ମରାଠୀ ଗେଟଅପରେ ଆସିଲେ ନଜର !

34

ଅଭିନେତା ଅଜୟ ଦେବଗନଙ୍କ ଅପକମିଂ ଫିଲ୍ମ ‘ତାନାଜୀ:ଦ ଅନସଙ୍ଗ ୱାରିୟର’ରୁ ଆଉ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି । ଏବେ ସୋସିଆଲ ମିଡିଆରେ ଫିଲ୍ମରୁ ‘କାଜୋଲ’ଙ୍କ ନୂଆ ପୋଷ୍ଟର ରିଲିଜ କରାଯାଇଛି । ଏହି ଫିଲ୍ମରେ କାଜୋଲ ତାନାଜୀଙ୍କ ପତ୍ନୀ ସାବିତ୍ରୀ ବାଇ ମାଲୁସରେଙ୍କ ଭୂମିକା ତୁଲାଇବେ । ଫିଲ୍ମରେ ଅଜୟ ଦେବଗନ ତାନାଜୀ ଭୂମିକାରେ ନଜର ଆସିବେ । ଏଠାରେ ଆମେ କହି ରଖୁଛୁ ଯେ ଫିଲ୍ମର ଟ୍ରେଲର ମଙ୍ଗଳବାର ଅର୍ଥାତ ୧୯ନଭେମ୍ବରରେ ରିଲିଜ ହେବ ।

ଅଜୟ ଦେବଗନ ସୋସିଆଲ ମିଡିଆରେ ପୋଷ୍ଟର ଶେୟାର କରିଛନ୍ତି । ପୋଷ୍ଟରରେ କାଜୋଲ ମରାଠୀ ଗେଟଅପରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଏବେ ପର୍ଯ୍ୟନ୍ତ ଫିଲ୍ମର ଅନେକ ଷ୍ଟନିଂ ଭିଜୁଆଲ ସାମ୍ନାକୁ ଆସିଛି , ଯାହାକୁ ଦେଖିବା ପରେ ଶୁଣିବାକୁ ମିଳିଛି ଯେ ତାନାଜୀ ୨୦୨୦’ର ମଚ ଆୱେଟେଡ ଫିଲ୍ମ ମଧ୍ୟ ଗୋଟିଏ । ଏହା ଅଜୟ ଦେବଗନଙ୍କ ୧୦୦ତମ ଫିଲ୍ମ ଅଟେ ଯେଉଁଥିରେ ସୈଫ ଅଲୀ ଖାନ ଖଳନାୟକ ଭୂମିକାରେ ନଜର ଆସିବେ । ଏହି ୩ଡି ଫିଲ୍ମ ୧୦ଜାନୁଆରୀ ୨୦୨୦ରେ ସମସ୍ତ ସିନେମା ଘରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More