Only for Entertainment

ବଲିଉଡ ଅଭିନେତ୍ରୀ ରାନୀ ମୂଖାର୍ଜୀ ବିଦେଶ ରେ ଉଡାଇଲେ ତ୍ରିରଙ୍ଗା, ଭିଡ଼ିଓ ଭାଇରଲ

bizasialive
0 70

ଖୁବ ଶୀଘ୍ର ସାରା ଦେଶରେ ସ୍ୱାଧୀନତା ଦିବସ ପାଳନ ହେବାକୁ ଯାଉଅଛି । ଅଗଷ୍ଟ୧୫ରେ ସାରା ଦେଶରେ ଲୋକମାନେ ଭାରତ ସ୍ୱାଧୀନତା ଉତ୍ସବ ଧୁମଧାମରେ ପାଳନ କରିବେ ।

ମାତ୍ର ଏହାର ପ୍ରସ୍ତୁତି ଅନେକ ଦିନ ପୂର୍ବରୁ ହୋଇସାରିଲାଣି । ବଲିଉଡ ସେଲିବ୍ରିଟି ମଧ୍ୟ ଏଥିରେ ଭାଗ ନେଉଛନ୍ତି । କିଛିଦିନ ତଳେ ଅଭିନେତ୍ରୀ ରାନୀ ମୁଖାର୍ଜୀ ବିଦେଶରେ ତ୍ରିରଙ୍ଗା ଉଡାଇ ଆମ ଦେଶର ସମ୍ମାନ ରଖିଛନ୍ତି । ଆଜ୍ଞା ହଁ, ରାନୀ ମୁଖାର୍ଜୀ “ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ମେଲବର୍ଣ୍ଣ ୨୦୧୮”ରେ ଭାଗ ନେବା ପାଇଁ ପହଞ୍ଚିଥିଲେ ଏବଂ ସେଠାରେ ଭାରତୀୟ ଲୋକଙ୍କ ସହ ମିଶି ଆମ ଦେଶର ପତାକା ଉତ୍ତୋଳନ କରିଥିଲେ ଏବଂ ନାରା ଦେଇ ରାଷ୍ଟ୍ରୀୟ ସଂଗୀତ ମଧ୍ୟ ଗାଇଥିଲେ ।


ଏଠାରେ ଆମେ କହି ରଖୁଛୁ ଯେ ବିଦେଶ ଯାଇ ନିଜ ଦେଶର ତ୍ରିରଙ୍ଗା ଉଡାଇବା ଗର୍ବର ବିଷୟ । ଅଭିନେତ୍ରୀଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଲଗାତାର ଭାଇରଲ ହେବାରେ ଲାଗିଛି । ଏହି ମୁହୂର୍ତ୍ତରେ ରାନୀ ମୁଖାର୍ଜୀ ଖୁବ ଖୁସି ଥିବା ନଜର ଆସିଛନ୍ତି ଏବଂ ଏହି ସମ୍ମାନ ପାଇ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More