କଙ୍ଗନାଙ୍କ ଘରେ ଖୁବ ଶୀଘ୍ର ବାଜିବ ସାହାନାଇ, ନିର୍ବନ୍ଧର ଫଟୋ ଭାଇରାଲ
ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଘରେ ଖୁବ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି । କଙ୍ଗନାଙ୍କ ଘରେ ଶୁକ୍ରବାର ନିର୍ବନ୍ଧର କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ଫଙ୍କସନରେ କଙ୍ଗନା ଭଉଣୀ ରଙ୍ଗୋଲୀ ଏବଂ ପରିବାର ସଦସ୍ୟଙ୍କ ସହିତ ମିଶି ଖୁବ ମସ୍ତି କରିଥିଲେ । ଆପଣ ଭାବୁଥିବେ କଙ୍ଗନାଙ୍କ ସ୍ୱପ୍ନର ରାଜକୁମାର କିଏ ? ତେବେ ଆପଣଙ୍କ ଦ୍ୱନ୍ଧ ଆମେ ଦୂର କରୁଛୁ । କଙ୍ଗନା ନୁହଁନ୍ତି କଙ୍ଗନା ଭାଇ ଅକ୍ଷତ ରଣାୱତଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
କଙ୍ଗନାଙ୍କ ନିଜ ଭାଇଙ୍କ ନିର୍ବନ୍ଧରେ ଗୋଲଡେନ ସାଢୀରେ ନଜର ଆସିଥିଲେ । କଙ୍ଗନାଙ୍କ ପୂରା ପରିବାର ଏହି ଫଙ୍ଗସନରେ ଖୁବ ମସ୍ତି କରିଥିଲେ । ଏହି ସେରେମୋନୀର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
Friends who are curious about pahadi group dance form Natti, here’s a glimpse of it, elderly gentleman in a pahadi hat is our grandfather Shri Barahmchand Ranaut ex IAS officer 🙏 pic.twitter.com/HxQRZHZa3s
— Rangoli Chandel (@Rangoli_A) November 8, 2019