Only for Entertainment

କ୍ୱିନ ହେବା ପୂର୍ବରୁ କଙ୍ଗନା ଦେଖାଯାଉଥିଲେ ଏପରି, ଦେଖନ୍ତୁ ତାଙ୍କର କିଛି ଫଟୋ ।

youtube
0 100

ବଲିଉଡ କ୍ୱିନ କଙ୍ଗନା ରନାୱତଙ୍କର ଆଜି ୩୧ତମ ଜନ୍ମ ଦିବସ । ବଲିଉଡରେ ନିଜର ଭିନ୍ନ ଭିନ୍ନ ଅନ୍ଦାଜ ଦେଖାଇ ଦର୍ଶକଙ୍କ ମନ ଜିଣୁଥିବା କ୍ୱିନ କଙ୍ଗନା ପିଲାଦିବେ ମଧ୍ୟ ଖୁବ ସୁନ୍ଦର ଥିଲେ । ୨୩ମାର୍ଚ୍ଚ, ୧୯୮୭ରେ ହିମାଚଳ ପ୍ରଦେଶ ମଣ୍ଡି ପାଖ ସ୍ଥିତ ସୁରଜପୁରରେ ତାଙ୍କର ଜନ୍ମ ହୋଇଥିଲା । ଆଜି ତାଙ୍କ ଜନ୍ମ ଦିବସରେ ତାଙ୍କ ପିଲାଦିନ ସମ୍ପର୍କରେ କିଛି କଥା ଏବଂ ଫଟୋ ଉପରେ ଚାଲନ୍ତୁ ପକାଇବା ନଜର ।

kangna-ranuat-2-2

ବର୍ତ୍ତମାନ ସମସ୍ତ ତଥ୍ୟ ଉପରେ ନିଜରେ ସାହସିକତା ରାୟ ଦେଉଥିବା କଙ୍ଗନା ପିଲାଦିନରୁ ଖୁବ ଜିଦ୍ଦିଆ ଥିଲେ । କଙ୍ଗନା ଏକ ସାକ୍ଷାତକାରରେ କହିଛନ୍ତି ଯେତେବେଳେ ତାଙ୍କ ପିତା ତାଙ୍କ ଭାଇଙ୍କ ପାଇଁ ଖେଳନା ଏବଂ ତାଙ୍କ ପାଇଁ କଣ୍ଢେଇ ଆଣୁଥିଲେ ସେ ସବୁକୁ ନେଉ ନଥିଲେ ।

kanganachildhood3

ବଡ ପରଦାରେ ସର୍ବଦା ନୁଆ ଫ୍ୟାଶନ ଏବଂ ଷ୍ଟାଇଲକୁ ଆପଣାଉଥିବା କଙ୍ଗନା ପିଲାଦିନରୁ ହିଁ ଫ୍ୟାଶନ ଫ୍ରିକ ଅଟନ୍ତି । ତାଙ୍କ ବଡ ଭଉରୀ ରଂଗୋଲୀଙ୍କ କହିବା ମୁତାବକ ପିଲାଟି ଦିନରୁ ହିଁ କଙ୍ଗନାଙ୍କ ମନରେ ଫ୍ୟାଶନର ଭୂତ ବାସ କରୁଥିଲା । ଭାମ୍ବଲା ଭଳି ଛୋଟ ସ୍ଥାନରେ ମଧ୍ୟ ପବ୍ଲିକରେ ସେ ଛୋଟ ପୋଷାକ ପିନ୍ଧୁଥିଲେ । ସେ ସାର୍ଟ, ପ୍ୟାଂଟ, ଧଳା ସାର୍ଟ ଏବଂ ଟୋପି ପିନ୍ଧି ବୁଲୁଥିଲେ । ଛୋଟ ସ୍ଥାନରେ ଏଭଳି ପୋଷାକ ପିନ୍ଧି ବୁଲୁଥିବାରୁ ଲୋକ କଙ୍ଗନାଙ୍କୁ ଭିନ୍ନ ବୋଲି ମନେ କରୁଥିଲେ ।

Kangna-

କଙ୍ଗନାଙ୍କ ମାତା ପିତା କଙ୍ଗନାଙ୍କୁ ଡାକ୍ତର ରୂପେ ଦେଖିବା ଲାଗି ଚାହୁଁଥିଲେ ଏବଂ କଙ୍ଗନା ମଧ୍ୟ ଚାହୁଁଥିଲେ ଡାକ୍ତର ହେବା ଲାଗି । ମାତ୍ର ୧୨ଶ୍ରେଣୀରେ ସେ କ୍ଲାସରେ କୌଣସି ବିଷୟରେ ଫେଲ ହୋଇଯାଇଥିଲେ । ଏହାପରେ ସେ ଆଉ କିଛି କରିବା ପାଇଁ ଭାବିଲେ ଏବଂ ଦିଲ୍ଲୀ ଚାଲି ଆସିଥିଲେ ।

kangna-6

ଏହି କାରଣରୁ କଙ୍ଗନା ଅଳ୍ପ ବୟସରୁ ମଡେଲିଂ ରାସ୍ତା ବାଛିଥିଲେ । ଦିଲ୍ଲୀରେ ରହି ସେ ଥିଏଟର ନିର୍ଦ୍ଧେଶକଙ୍କ ଠାରୁ ଅଭିନୟ ତାଲିମ ପ୍ରାପ୍ତ କରିଥିଲେ । ଏହାପରେ ତାଙ୍କ କ୍ୟାରିଅର ଅନ୍ୟ ଦିଗକୁ ଗତି କରିଥିଲା ।

kangna-ranaut-1

କଙ୍ଗନାଙ୍କ ପିତା ଅମରଦୀପ ରଣାୱତ ବ୍ୟବସାୟୀ ଅଟନ୍ତି, ଏବଂ ତାଙ୍କ ମା ଜଣେ ସ୍କୁଲ ଶିକ୍ଷୟତ୍ରୀ । ତାଙ୍କର ଜେଜେ ବାପା ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଅଟନ୍ତି । କଙ୍ଗନା ତାଙ୍କ ବଡ ଭଉଣୀ ରଙ୍ଗୋଲୀଙ୍କ ଖୁବ ଭଲ ପାଆନ୍ତି । ରଙ୍ଗୋଲୀ କଙ୍ଗନାଙ୍କ ମ୍ୟାନେଜର ଅଟନ୍ତି । ଏସିଡ ଆକ୍ରମଣରୁ ଯନ୍ତ୍ରଣାଦାୟକ କଷ୍ଟ ଭୋଗିବା ଏବଂ ଏହା ପରେ ନୂଆ ଜୀବନ କରିଥିବା ରଙ୍ଗୋଲୀଙ୍ଗୁ ନେଇ କଙ୍ଗନା ଏକ ଫିଲ୍ମ ପ୍ରସ୍ତୁତ କରିବେ ବୋଲି ଜାହିର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More