Only for Entertainment

ଫ୍ରାଇଡେ ରିଲିଜ: ‘ଅକ୍ଟୋବର’ ଏବଂ ‘ମରକ୍ୟୁରୀ’ ମଧ୍ୟରେ ଟକ୍କର

Bollywoodlife
0 37

ଫ୍ରାଇଡେ ରିଲିଜରେ ଦୁଇ ଦୁଇଟି ବଲିଉଡ ଫିଲ୍ମ ରିଲିଜ ହୋଇଛି । ପ୍ରଥମଟି ହେଉଛି ବରୁଣ ଧାୱନଙ୍କ ରୋମାଣ୍ଟିକ ଫିଲ୍ମ ‘ଅକ୍ଟୋବର’ ଏବଂ ଦ୍ୱିତୀୟଟି ହେଉଛ ପ୍ରଭୂଦେବାଙ୍କ ସାଇଲେଣ୍ଟ ହରର୍ ଫିଲ୍ମ ‘ମରକ୍ୟୁରୀ’ ।

ସୁଜିତ ସରକାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅକ୍ଟୋବର’ ଆଜି ରିଲିଜ ହୋଇଛି । ଫିଲ୍ମରେ ବରୁଣ ଧାୱନ ଏବଂ ବନିତା ସନ୍ଧୁ ଲିଡ ରୋଲରେ ନଜର ଆସିଛନ୍ତି । ଫିଲ୍ମଟି ଏକ ରୋମାଣ୍ଟିକ ଡ୍ରାମା ଫିଲ୍ମ । ଏହାର କାହାଣୀ ‘ପିକୁ’ର ଲେଖିକା ଜୁହୀ ଚତୁର୍ବେଦୀ ଲେଖିଛନ୍ତି । ଫିଲ୍ମରେ ବରୁଣ ଡେନ ଚରିତ୍ରରେ ଅଭିନୟ କରୁଥିବା ବେଳେ ବନିତା ଶିୱାଲୀ ଚରିତ୍ରରେ ଅଭିନୟ କରୁଛନ୍ତି । ଫିଲ୍ମରେ ଦୁହେଁ ଏକ ହୋଟେଲରେ କାମ କରନ୍ତି ଏବଂ ଏହା ଉପରେ କାହାଣୀ ଗତିଶୀଳ କରେ ।

ଅନ୍ୟ ପକ୍ଷରେ ପ୍ରଭୂଦେବାଙ୍କ ସାଇଲେଣ୍ଟ ହରର୍ ଫିଲ୍ମ ‘ମରକ୍ୟୁରୀ’ ଆଜି ରିଲିଜ ହୋଇଛି । ଫିଲ୍ମରେ ନା ଡାଇଲଗ ଅଛି ନା ଡ୍ୟାନ୍ସ ନମ୍ବର । ଏହାର କାହାଣୀ ମରକ୍ୟୁରୀ ଏକ୍ସପ୍ଲୋଜନରେ ମରିଥିବା ଲୋକଙ୍କ ଉପରେ ଆଧାରିତ । ଏହାର କାହାଣୀ ୫ ଜଣ ବନ୍ଧୁଙ୍କ ଉପରେ ଆଧାରିତ । ଏହି ୫ ଜଣ କହିପାରନ୍ତି ନାହିଁ । ସମସ୍ତେ ମିଶି ନାଇଟ ଆଉଟର ପ୍ଲାନ କରନ୍ତି ଏବଂ ଏହି ରାତିରେ ତାଙ୍କୁ ପ୍ରଭୂଦେବାଙ୍କ ମରଶରୀର ମିଳିଥାଏ । ଏହାପରେ କ’ଣ ହେଉଛି ତାହାକୁ ଫିଲ୍ମରେ ଦର୍ଶା ଯାଇଛି ।

ତେବେ ଦର୍ଶକଙ୍କୁ କେଉଁ ଫିଲ୍ମ ଆକର୍ଷିତ କରିପାରିବ ଏବଂ ବକ୍ସ ଅଫିସରେ କେଉଁ ଫିଲ୍ମ ସଫଳ ହେଉଛି ତାହା ଦେଖିବାକୁ ବାକିରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More