Only for Entertainment

ଅର୍ଥାଭାବରୁ ଅଧାରୁ ଛାଡିବାକୁ ପଡିଥିଲା ପାଠ ପଢା, ବାସନ ଧୋଇ ମେଂଟାଉଥିଲେ ଗୁଜୁରାଣ, ଜାଣନ୍ତୁ ଏହି କଣ୍ଠଶିଳ୍ପୀଙ୍କ ସଂଘର୍ଷର କାହାଣୀ !

243

ସନ୍ନି ଦେଓଲ୍ ଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ସିନେମା “ପଲ୍ ପଲ୍ ଦିଲ୍ କେ ପାସ୍”ସିନେମାଟି ନା କେବଳ ଦେଓଲ୍ ପରିବାର ପାଇଁ ଖୁସିର କାରଣ ପାଲଟିଛି ବରଂ ଗାୟକ ହଂସରାଜ ରଘୁବଂଶୀଙ୍କ ପାଇଁ ମଧ୍ୟ ଏହା ଖୁବ୍ ଖାସ୍ ହୋଇଉଠିଛି । ଏହି ସିନେମାଟି ତାଙ୍କୁ ବଲିଉଡରେ ପାଦ ଦେବାପାଇଁ ସୁଯୋଗ ପ୍ରଦାନ କରିଛି । ମାତ୍ର ଏହି ଗାଇବା ସୁଯୋଗ ହଂସରାଜଙ୍କ ପାଇଁ ଏତେ ସହଜସାଧ୍ୟ ନଥିଲା । ଜୀବନରେ ଏଭଳି ସଫଳତା ହାସଲ କରିବା ପାଇଁ ତାଙ୍କୁ ଖୁବ ସଂଘର୍ଷ କରିବାକୁ ପଡିଛି । ତାଙ୍କର ପ୍ରଥମ ଗୀତ ରହିଥିଲା ‘ଭୋଲା ହେ ଭଣ୍ଡାରୀ’ । ଏହି ଗୀତ ସମସ୍ତ ଦର୍ଶକଙ୍କ ମୁହଁରେ ରହିଛି । ଏହି ଗୀତରୁ ହିଁ ତାଙ୍କୁ ପରିଚୟ ମିଳିଥିଲା ।

ହଂସରାଜଙ୍କ ଜୀବନ କାହାଣୀ ଖୁବ୍ ସଂଘର୍ଷମୟ । ଅନେକ ସଂଘର୍ଷ କରିବା ପରେ ତାଙ୍କୁ ଦର୍ଶକଙ୍କ ଭଲପାଇବା ମିଳିଥିଲା । ତାଙ୍କ ପ୍ରଥମ ଗୀତରେ ମୋହିତ ହୋଇ ଅଭିନେତା ସନ୍ନି ଦେଓଲ୍ ତାଙ୍କୁ ସିନେମାରେ ଗୀତ ଗାଇବା ପାଇଁ କହିଥିଲେ । ତେବେ ତାଙ୍କ ଜୀବନରେ ଏଭଳି ଏକ ସମୟ ଆସିଥିଲା ଯେତେବେଳେ ସେ ଅର୍ଥ ଅଭାବରୁ ବାସନ ମାଜିବା କାମ ମଧ୍ୟ କରିଥିଲେ ।


ଏକ ସାକ୍ଷାତକାରରେ ସେ କହିଥିଲେ ଗାୟକ ସୁରେଶ୍ ବର୍ମାଙ୍କ କହିବା ପରେ ସେ ପ୍ରଥମେ ଗୀତ ଲେଖିଥିଲେ ଏବଂ ଏଥିରେ କଣ୍ଠଦାନ କରିଥିଲେ । ଯାହା ଶ୍ରୋତାଙ୍କୁ ପସନ୍ଦ ଆସିଥିଲା । ଅର୍ଥ ଅଭାବରୁ ସେ ନିଜ ପାଠପଢା ବି ସମ୍ପୁର୍ଣ୍ଣ କରିନଥିଲେ । ଯେଉଁ କଲେଜରେ ପାଠ ପଢୁଥିଲେ ସେହି କଲେଜର କ୍ୟାଣ୍ଟିନ୍ ରେ ବାସନ ମାଜିବା କାମ କରିଥିଲେ । କିନ୍ତୁ ପ୍ରଥମ ଗୀତ ପରେ ତାଙ୍କ ଜୀବନର ମୋଡ ପରିବର୍ତ୍ତନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More