Only for Entertainment

ସାଉଥର ସୁପରଷ୍ଟାର ଧନୁଷଙ୍କ ଫିଲ୍ମ ‘ପତ୍ତାସ’ର ଟ୍ରେଲର ରିଲିଜ, ଦମଦାର ଆକ୍ସନ ଉଡାଇଲା ଚେତା !

46

ସାଉଥ ସୁପରଷ୍ଟାର ଧନୁଷ ୨୦୧୯ରେ ଦମଦାର ଫିଲ୍ମ ଦେବା ପରେ ଏବେ ୨୦୨୦ପାଇଁ ଆଉ ଏକ ଶାନଦାର ଫିଲ୍ମ ନେଇ ଆସୁଛନ୍ତି । ୨୦୧୯ରେ ବେଟରୀ ମାରନ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଅସୁରନ’ ବକ୍ସଅଫିସରେ ଧମାଲ ମଚାଇବା ପରେ ଏବେ ସେ ଆଉ ଏକ ଫିଲ୍ମ ‘ପତ୍ତାସ’ ନେଇ ଆସୁଛନ୍ତି । ଦୁରଈ ସେନ୍ଥି କୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଫିଲ୍ମରେ ଧନୁଷଙ୍କ ଅଭିନୟ ଫ୍ୟାନ୍ସଙ୍କ ଚେତା ଉଡାଇ ଦେଇଛି । ଫିଲ୍ମର ଟ୍ରେଲରରେ ଆକ୍ସନ ଏବଂ କମେଡି ଭରପୂର ମାତ୍ରାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଧନୁଷ ଡବଲ ଭୂମିକାରେ ନଜର ଆସିବେ ।

ଫିଲ୍ମ ‘ପତ୍ତାସ’ ବିଷୟରେ କହିବାକୁ ଗଲେ ପୋଙ୍ଗଲ ଫେଷ୍ଟିଭାଲରେ ଏହି ଫିଲ୍ମ ରିଲିଜ ହେବ । ସେହିଭଳି ଧନୁଷଙ୍କ ଶ୍ୱଶୁର ଥଲାଇବା ରଜନୀକାନ୍ତ ‘ଦରବାର’ ୯ ଜାନୁଆରୀ ରିଲିଜ ହେବ । ତେବେ ଅନୁମାନ ହେଉଛି ଯେ ବକ୍ସଅଫିସରେ ଶ୍ୱଶୁର ଏବଂ ଜ୍ୱାଇଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More