ଏହି କାରଣରୁ ପିଏମ୍ ମୋଦିଙ୍କୁ ସାକ୍ଷାତ କଲେ ପ୍ରିୟଙ୍କା
ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ବଲିଉଡ ବ୍ୟତିତ ବର୍ତ୍ତମାନ ହଲିଉଡରେ ଛାଇ ରହିଛନ୍ତି । ବତ୍ତ ର୍ମାନ ଇଣ୍ଡିଆରେ ଥିବା ପ୍ରିୟଙ୍କା ଚୋପ୍ରା ପିଏମ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ପ୍ରିୟଙ୍କା ନିକଟରେ ହେବାକୁଥବା ଏକ ଏକ କନଫ୍ରେନ୍ସ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ଏହି କନଫ୍ରେନ୍ସ ମା, ନବଜାତ ଏବଂ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଉପରେ ଆଧାରିତ । ପ୍ରିୟଙ୍କା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବା ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏବଂ ଚିଲିର ପୂର୍ବତନ ପ୍ରଧାନମନ୍ତ୍ରୀ ମିଶେଲ ବେକଲେଟ ମଧ୍ୟ ଉପସ୍ଥିତ ଥିଲେ । ଏହି ଇଭେଣ୍ଟ ଚଳିତ ବର୍ଷ ଡିସେମ୍ବର ମାସରେ ଦିଲ୍ଲୀରେ ଆୟୋଜନ କରାଯିବ ।
ପ୍ରିୟଙ୍କା ଏହି ସାକ୍ଷାତକାରର ଏକ ଫେଟୋ ସୋସିାଲ ମିଡିଆରେ ଶେୟାର କରିଛନ୍ତି । ପ୍ରିୟଙ୍କା ଏହି ଫଟୋରେ ଧଳା ରଙ୍ଗର ଡ୍ରେସରେ ନଜର ଆସିଥିଲେ । ପୋଷ୍ଟ ଶେୟାର କରି ସେ ଏହି ସାକ୍ଷାତକାର ବିଷୟରେ କହିଥିଲେ ।