Only for Entertainment

କ’ଣ ବିବାହର ଦୁଇ ମାସ ପରେ ଗର୍ଭବତୀ ଅଛନ୍ତି ପ୍ରିୟଙ୍କା ଚୋପ୍ରା?

news18
65

ଭାଲେଂଟାଇନ ଡେ’ରେ ଲବି ଡବି ଫଟୋ ଶେୟାର କରି ଚର୍ଚ୍ଚାକୁ ଆସି ଯାଇଛନ୍ତି ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କାଙ୍କୁ ନେଇ ସାମ୍ନାକୁ ଆସିଛି ଆଶ୍ଚର୍ଯ୍ୟ କରିବା ଭଳି ଖବର ଭାଇରାଲ ହେଉଛି । କୁହାଯାଉଛି ପ୍ରିୟଙ୍କା ଏବଂ ନିକଙ୍କ ଘରକୁ ଖୁସି ଖବର ଆସିପାରେ । ଖବର ମୁତାବକ ପ୍ରିୟଙ୍କା ଗର୍ଭବତୀ ଅଛନ୍ତି । ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି, ଯେଉଁଥିରେ ପ୍ରିୟଙ୍କା ଚୋପ୍ରାଙ୍କ ବେବି ବମ୍ପ ନଜର ଆସୁଛି ବୋଲି କୁହାଯାଉଛି ।

ଭାଇରାଲ ଫଟୋରେ ପ୍ରିୟଙ୍କା ଟାଇଟ ଫିଟେଡ ଡ୍ରେସ ପିନ୍ଧିଛନ୍ତି । ଯେଉଁଥିରେ ତାଙ୍କ ପେଟ ଅଳ୍ପ ବହୁତ ନଜର ଆସୁଛି । ଫଟୋ ଭାଇରାଲ ହେବା ମାତ୍ରେ ଏହି ଖବର ଆସିବା ଆରମ୍ଭ ହୋଇଯାଇଛି । ତେବେ କେହି କେହି ମିଡିଆ ଏହା ସତ ବୋଲି ଦାବି କରୁଥିବା ବେଳେ କେହି କେହି ଏହାକୁ ଫେକ ବୋଲି କହୁଛନ୍ତି । ତେବେ ଏହା ସତକି ମିଛ ତାହା ଜଣାପଡ଼ି ନାହିଁ । କେହି କେହି କହୁଛନ୍ତିଯେ ଏହା ତାଙ୍କ ସଂପର୍କୀୟଙ୍କ ଠାରୁ ଜଣାପଡ଼ିଛି । ଖବର ଅନୁସାରେ ପ୍ରିୟଙ୍କା ନିକ ଏବେ ଏହାକୁ ସାର୍ବଜନୀନ କରିବାକୁ ଚାହୁଁ ନାହାଁନ୍ତି । ତେଣୁ ଆନୁଷ୍ଠାନିକ ଘୋଷଣା ହୋଇନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More