Only for Entertainment

ନିଜର ଆଗାମୀ ଫିଲ୍ମରେ ଏହି ଅଭିନେତ୍ରୀଙ୍କ ବଦଳରେ ଆଲିଆଙ୍କୁ ନେବା ପାଇଁ ନିର୍ଦ୍ଦେଶକଙ୍କ ଉପରେ ଚାପ ପକାଉଛନ୍ତି ରଣବୀର କପୁର ।

asianage
0 39

ବଲିଉଡ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଫେୟାର କାହାକୁ ବା ଅଛପା । ଦୁହେଁ ନିଜର ରିଲେସନସିପକୁ ମିଡିଆ ସାମ୍ନାରେ ସ୍ୱିକାର ମଧ୍ୟ କରିଛନ୍ତି । ଏବେ ଏହି ଯୋଡିଙ୍କ ବିଷୟରେ ଏକ ନେବା ଖବର ଶୁଣିବାକୁ ମିଳୁଛି । ଖବର ଅନୁସାରେ ଅଭିନେତା ରଣବୀର କପୁର ଅଫସ୍କ୍ରିନ୍ ଛଡା ଏବେ ଅନସ୍କ୍ରିନରେ ବି କେବଳ ନିଜ ଲେଡି ଲଭ୍ ଆଲିଆଙ୍କୁ ଦେଖିବାକୁ ଚାହୁଁଛନ୍ତି । ନିଜର ଏକ ଅପକମିଂ ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିବାକୁ ଥିବା ନାୟିକା ନୁସରତ ଭରୁଚାଙ୍କୁ ଆଉଟ୍ କରି ଆଲିଆଙ୍କୁ ସାଇନ୍ କରେଇବାକୁ ଚାହୁଛନ୍ତି ରଣବୀର୍ ।

Alia-Bhatt-and-Ranbir-Kapoor

ରିପୋର୍ଟ ଅନୁସାରେନ ନିର୍ଦ୍ଦେଶକ ଲଭ୍ ରଞ୍ଜନଙ୍କ ଆଗାମୀ ଫିଲ୍ମକୁ ସାଇନ୍ କରିଛନ୍ତି ରଣବୀର୍ । ଆଉ ଏହି ସିନେମାରେ ତାଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ ନୁସରତ ଭରୁଚାଙ୍କୁ ବାଛିଛନ୍ତି ନିର୍ଦ୍ଦେଶକ । ହେଲେ ଫିଲ୍ମ ନୁସରତଙ୍କୁ ଆଉଟ୍ କରି ଆଲିଆଙ୍କୁ ନେବା ପାଇଁ ଲଭ୍ ରଂଜନଙ୍କ ଉପରେ ଚାପ ପକାଉଛନ୍ତି ରଣବୀର୍ । ହେଲେ ଏଥିରେ ଏକମତ ନାହାଁନ୍ତି ନିର୍ଦ୍ଦେଶକ ।

Nushrat-Bharucha

ଲଭ୍ ରଂଜନଙ୍କ ଏହି ସିନେମା ଏକ ହାଇବଜେଟ୍ ସିନେମା ହୋଇଥିବାବେଳେ ଏଥିରେ ବଡ ଷ୍ଟାରକାଷ୍ଟଙ୍କୁ ବି ଦେଖିବାକୁ ମିଳିବ । ଆଉ ଏଭଳି ସିନେମାରେ ନୁସରତଙ୍କୁ ନାୟିକା ଭାବେ ନେବା ଠିକ୍ ନୁହେଁ ରଣବିର୍ କହିଛନ୍ତି । କହିରଖୁଛୁ ଯେ ଏହି ଦୁଇ ଲଭବାର୍ଡ ଖୁବ ଶୀଘ୍ର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଏହି ଫିଲ୍ମରେ ମହାନାୟକ ଅମିତାଭ ବଚ୍ଚନଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More