Only for Entertainment

ଆଇଫା ଆୱାର୍ଡ ମଞ୍ଚରେ ଜଲବା ଦେଖାଇଲେ ଉମରାଉଜାନ ।

jagran
0 39

ଆଇଫା ମଂଚରେ ଏଭର୍ଗ୍ରୀନ ନାୟିକା ରେଖାଙ୍କ ସାନଦାର୍ ଡ୍ୟାନ୍ସ । ୬୩ ବର୍ଷ ବୟସରେ ଅଭିନେତ୍ରୀ ରେଖା ଯେତେବେଳେ ନିଜ ଷ୍ଟାଇଲ୍ ଆଉ ମତୁୱାଲା ଡ୍ୟାନ୍ସ ପରଶିଦେଲେ, ଦେଖଣାହାରିଙ୍କ ହୋଶ ଉଡି ଯାଇଥିଲା । ପାଖାପାଖି ୨୦ ବର୍ଷ ପରେ ମଂଚ ଉପରକୁ ଓହ୍ଲାଇଛନ୍ତି ଏହି ଏଭର୍ଗ୍ରୀନ ନାୟିକା । ଆଉ ବଲିଉଡର ଏକ ସେ ଏକ ଲୋକପ୍ରିୟ ଗୀତରେ ନିଜ ଆକର୍ଷଣୀୟ ଡ୍ୟାନ୍ସ ପରିବେଷଣ କରିଥିଲେ ।

ଯାହାର କିଛି କିଛି ଝଲକ ଏବେ ସୋସିଆଲ୍ ମିଡିଆରେ ହୋଇଛି ଭାଇରାଲ୍ । ମୁକଦର୍ କା ସିକନ୍ଦର୍. ସଲାମେ ଇସ୍କ କୁହନ୍ତୁ ଅବା ମୁଗଲ୍ ଏ ଆଜମ, ପ୍ୟାର୍ କିୟା ତୋ ଡରନା କ୍ୟା ଏମିତି ସବୁ ବଛା ବଛା ଗୀତରେ ରେଖାଙ୍କ ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଛି । ଯେତେକି ଆକର୍ଷଣୀୟ ତାଙ୍କ ଡ୍ୟାନ୍ସ ଥିଲା ସେତିକି ଆଟ୍ରାକ୍ଟିଭ୍ ଥିଲା ରେଖାଙ୍କ ଲୁକ୍ସ । ଗୋଲ୍ଡେନ୍ କଲର୍ ଅନାରକଲି ସହ ହେବି ଇଣ୍ଡିଆନ୍ ଜୁଏଲାରୀ ପରିଧାନ କରି ମଂଚ ଉପରେ ଦେଖାଇଥିଲେ ନିଜ ଜଲୱା ।


ଏହି ଆୱାର୍ଡ ସଂନ୍ଧ୍ୟାରେ ବଲିଉଡର ଅନ୍ୟକଳାକାର ମାନେ ବି ନିଜ ଡ୍ୟାନ୍ସ ପର୍ଫମାନ୍ସ କରିଥିଲେ । ହେଲେ ସଭିଁଙ୍କ ଠାରୁ ଭିନ୍ନ ଥିଲା ରେଖାଙ୍କ ଅନ୍ଦାଜ । ସବୁ କଳାକାର ମଂଚ ଉପରକୁ ଆସି ରେଖାଙ୍କ ସହ ଡ୍ୟାନ୍ସ କରିବାରେ ବି ନଜର ଆସିଥିଲେ । ଆଇଫା ଆୱାର୍ଡ ସଂନ୍ଧ୍ୟା କିଛି ଏହି ପରି ରଙ୍ଗୀନ ହୋଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More