Only for Entertainment

ଭାଇରାଲ ହେଉଛି ଅଜୟ ଦେବଗନଙ୍କ କୁକୁରର ଏହି ଜବରଦସ୍ତ ଭିଡିଓ !

40

ସୋସିଆଲ ମିିଡିଆରେ ଏକ ଭିଡିଓ ଜୋରଦାର ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ କୁକୁର ଅଟୋରିକ୍ସାର ଉପରେ ଛିଡା ହୋଇଛି । ଖାସ କଥା ହେଉଛି ଏହି ରିକ୍ସା ତା’ର ଗତି ଅନୁସାରେ ଚାଲିଛି ଏବଂ ଏହି ଭିଡିଓକୁ ଦେଖିଲେ ଆପଣଙ୍କୁ ନିଶ୍ଚୟ ହସ ଲାଗିବ । କିନ୍ତୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ବଲିଉଡ ସହ କନେକ୍ସନ କରାଯାଇଛି ।

ଅସଲରେ ଯେତେବେଳେ ଏହି ଭିଡିଓ ସୋସିଆଲ ମିଡିଆରେ ଆସିଥିଲା ବଲିଉଡ କଳାକାର ଏହାକୁ ପ୍ରାଙ୍କ ଭଳି ବ୍ୟବହାର କରିଛନ୍ତି । ରିତେଶ ଦେଶମୁଖ ଏହି ଭିଡିଓକୁ ଟ୍ୟାଗ କରି ଲେଖିଛନ୍ତି ଏବେ ଆପଣଙ୍କ କୁକୁରକୁ ଦେଖିଲି । ସେହିଭଳି ଜାବେଦ ଜାଫରୀ ମଧ୍ୟ ଲେଖିଛନ୍ତି ଏବେ ଅଜୟ ଦେବଗନଙ୍କ କୁକୁରକୁ ଦେଖିଲେ ।


ଏଭଳି କହିବା ତାତ୍ପର୍ଯ୍ୟ ହେଉଛି ଅସଲରେ ଅଜୟ ଦେବଗନ ତାଙ୍କ ଷ୍ଟଂଟ ଏବଂ ଆକ୍ସନ ପାଇଁ ଖୁବ ପ୍ରସିଦ୍ଧ । ଯେଉଁଥିରେ ସେ ଚାଲୁଥିବା ଗାଡି, ବାଇକ ଏବଂ ଘୋଡା ଉପରେ ଛିଡା ହୋଇ ଷ୍ଟଂଟ କରନ୍ତି । ଏହା ତାଙ୍କ ଟ୍ରେଡମାର୍କ ଷ୍ଟାଇଲ ଅଟେ । ଏହିକାରଣରୁ କଳାକାର ମାନେ ଭିଡିଓକୁ ଅଜୟ ଦେବଗନଙ୍କ ସହ ଟ୍ୟାଗ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More