Only for Entertainment

କିଙ୍ଗ ଖାନ ଶାହରୁଖ ବି-ଟାଉନରେ ପୁରଣ କଲେ ୨୬ ବର୍ଷ ।

The Indian Express
0 44

ବଲିଉଡ କିଙ୍ଗ ଖାନ ଶାହରୁଖ ବି-ଟାଉନରେ ନିଜ ଅଭିନୟର ୨୬ ବର୍ଷ ପୁରଣ କରିଛନ୍ତି । ନିଜ ଅନସ୍କ୍ରିନ୍ ରୋମାନ୍ସ ଆଉ ଦମଦାର ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରି ହୋଇପାରିଛନ୍ତି ବଲିଉଡ୍ ବାଦଶାହ । ୨୬ ବର୍ଷ ପୂର୍ବେ ୧୯୯୨ ମସିହାରେ ଚଳଚ୍ଚିତ୍ର ଦିୱାନା ଜରିଆରୁ ବଲିଉଡ୍ରେ ଏଂଟ୍ରି କରିଥିଲେ ଶାହରୁଖ । ସିନେମାଟି ୨୬ ଜୁନ୍ ୧୯୯୨ରେ ଆସିଥିଲା ପରଦାକୁ । ଆଉ ଏହା ପରଠାରୁ ବଲିଉଡରେ ଏକ ସେ ଏକ ସୁପରହିଟ ସିନେମା ଭେଟି ଦେଇ ଚାଲିଛନ୍ତି ଶାହରୁଖ ।

ତେବେ ନିଜର ଏହି ୨୬ ବର୍ଷର ଜର୍ଣ୍ଣିକୁ ନେଇ ସୋସିଆଲ୍ ମିଡିଆରେ ଏକ ଇମୋସନାଲ୍ ମେସେଜ ସେୟାର୍ କରିଛନ୍ତି କିଙ୍ଗ ଖାନ୍ । ଗତ କାଲି ଶାହରୁଖ୍ ଏକ ଟ୍ୱିଟ୍ ଜରିଆରେ ନିଜ ପ୍ରଶଂସକଙ୍କ ପାଇଁ ଲେଖିଛନ୍ତି ଆସନ୍ତା କାଲି ଅଧା ଜୀବନ ପୁରଣ ହୋଇଯାଉଛି । ମୋର ଭଲପାଇବା, ଦୁଃଖ, ଡ୍ୟାନ୍ସ, ପଡିବା ଏବଂ ଉଡିବା ଏସବୁ ମୁଁ ଅନୁଭବ କରୁଛି । ଆଶା କରୁଛି ଆପଣଙ୍କ ହୃଦୟର ଛୋଟ ସ୍ଥାନ ନିଶ୍ଚିତ ଛୁଇଁ ପାରିଥିବି । ଶାହୁରୁଖଙ୍କ ଏହି ଇମୋସନାଲ୍ ମେସେଜରେ ଭାବବିହ୍ୱଳ ହୋଇଛନ୍ତି ତାଙ୍କ ଅଗଣିତ ଫ୍ୟାନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More