Only for Entertainment

ସୁଟ ମଝିରେ ରାସ୍ତା କଡର କୁକୁରଙ୍କୁ ଖାଇବାକୁ ଦେଉଥିବାର ନଜର ଆସିଲେ ଶ୍ରଦ୍ଧା, ଭିଡିଓ ଭାଇରାଲ !

39

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂର ଏବେ ନିଜ ଅପକମିଂ ଫିଲ୍ମ ‘ସାହୋ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ସେ ‘ବାହୁବଲୀ’ ଅଭିନେତା ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ଅଭିନେତ୍ରୀ ନିଜ ଫିଲ୍ମ ପ୍ରମୋଶନ କରିବା ପାଇଁ ‘କପିଲ ଶର୍ମା’ଙ୍କ ଶୋ’ରେ ପହଂଚିଥିଲେ । ଶୋ’ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ରାସ୍ତା କଡର କୁକୁରଙ୍କୁ ବିସ୍କୁଟ ଖାଇବାକୁ ଦେଉଥିବାର ନଜର ଆସିଛନ୍ତି ।

ଶ୍ରଦ୍ଧା ନିଜ ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ଶ୍ରଦ୍ଧା ଧଳା ଟିଫିନ ହାତରେ ଧରିଛନ୍ତି । ଯେଉଁଥିରେ ବିସ୍କୁଟ ଅଛି ଏବଂ ସେହି ବିସ୍କୁଟକୁ କୁକୁରଙ୍କୁ ଖାଇବାକୁ ଦେଉଛନ୍ତି । ଶ୍ରଦ୍ଧାଙ୍କର କୁକୁରଙ୍କ ପ୍ରତି ଭଲ ପାଇବା ଦେଖି ଲୋକମାନେ ଖୁବ ପ୍ରଶଂସା କରିଛନ୍ତି ।


ୱାର୍କଫଂଟ ବିଷୟରେ କହିବାକୁ ଗଲେ ବ୍ୟାକ ଟୁ ବ୍ୟାକ ୩ଟି ଫିଲ୍ମରେ ନଜର ଆସିବେ ଶ୍ରଦ୍ଧା । ୩୦ଅଗଷ୍ଟରେ ତାଙ୍କର ଫିଲ୍ମ ସାହୋ ରିଲିଜ ହେବାକୁ ଯାଉଛି । ଏହାପରେ ସେପ୍ଟମ୍ବରରେ ‘ଛିଛୋରେ’ ରିଲିଜ ହେବ । ଏଥିରେ ସେ ସୁଶାନ୍ତ ସିଂ ରାଜପୁତଙ୍କ ସହ ନଜର ଆସିବେ । ଏହା ପରେ ସେ ୨୦୨୦ରେ ଶ୍ରଦ୍ଧା ରେମୋ ଡିସୁଜାଙ୍କ ଫିଲ୍ମ ‘ଷ୍ଟ୍ରିଟ ଡାନ୍ସର ୩ଡି’ରେ ନଜର ଆସିବେ । ଏଥିରେ ତାଙ୍କ ସହ ନଜର ଆସିବେ ବରୁଣ ଧୱନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More