Only for Entertainment

ଇଣ୍ଡିଆନ୍‌ ଆଇଡଲ୍‌ର ଏହି ପ୍ରତିଯୋଗୀଙ୍କ ପାଇଁ ହୋଇଛି ବିଚ୍ଛେଦ, ସାମ୍ନାକୁ ଆସିଲା ନେହା-ହିମାନ୍ସଙ୍କ ବ୍ରେକ୍‌-ଅପ୍‌ର କାରଣ !

69

କିଛି ଦିନ ତଳେ ବଲିଉଡ୍‌ର ଆଗଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ଏବଂ ଅଭିନେତା ହିମାନ୍ସ କୋହଲୀ ପରସ୍ପରଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ସୋସିଆଲ ସାଇଟ୍‌ରୁ ନିଜ ନିଜର ଫଟୋ ହଟାଇଦେବା ସହ ପରସ୍ପରକୁ ଅନ୍‌ଫଲୋ କରିଥିଲେ । ଏହା ସହ ନେହା ନିଜ ଇନ୍‌ଷ୍ଟା ଷ୍ଟାଟସରେ ଦୁଃଖଭରା ଷ୍ଟାଟସ ରଖିବା ପରେ ଦୁହିଁଙ୍କ ମଧ୍ୟରେ ଏବେ ଆଉ କିଛି ନାହିଁ ବୋଲି ସେମାନଙ୍କ ପ୍ରଶଂସକ ଜାଣି ଯାଇଥିଲେ। ବ୍ରେକ୍‌-ଅପ୍‌ର ଖବର ଆସିବା ପରେ ଏହା ପଛର କାରଣ କ’ଣ ଥିଲା ସେ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିବା ବେଳେ ଏବେ କାରଣଟି ଜଣାପଡ଼ିଛି ।

ସୂଚନା ମୁତାବକ, ଇଣ୍ଡିଆନ ଆଇଡଲରେ ଥିବା ପ୍ରତିଯୋଗୀଙ୍କ ସହ ନେହାଙ୍କ ସଂପର୍କ ଥିବା ସନ୍ଦେହ କରି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ହିମାନ୍ସଙ୍କ ମନରେ ଆସିଥିବା ଏହି ସନ୍ଦେହ ପାଇଁ ଦୁହିଁଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଭାଙ୍ଗିଯାଇଥିବା ସାମ୍ନାକୁ ଆସିଛି । କିନ୍ତୁ ଇଣ୍ଡିଆନ ଆଇଡଲର ସେହି ପ୍ରତିଯୋଗୀ ଜଣଙ୍କ କିଏ ତାହା ଜଣା ପଡ଼ି ପାରି ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More