Only for Entertainment

ବଲିଉଡରେ ବ୍ୟାନ ଲାଗିବା ପରେ ୱାଘା ବର୍ଡର ପହଂଚିଲେ ମିକା ସିଂ, ଲଗାଇଲେ ଭାରତ ମାତା କୀ ଜୟ’ ନାରା

304

ବଲିଉଡ ସିଙ୍ଗର ମିକା ସିଂଙ୍କ ସମସ୍ୟା କମିବାର ନାମ ନେଉନାହିଁ । ମିକାଙ୍କୁ ପାକିସ୍ତାନର ପୂର୍ବ ରାଷ୍ଟ୍ରପତି ଜେନେରାଲ ପରବେଜ ମୁଶାରଫଙ୍କ ସଂପର୍କୀୟଙ୍କ ନିକଟରେ ପଫର୍ମ କରିବା ମହଙ୍ଗା ପଡ଼ିଛି । ଯାହା ମିକା କେବେ ମଧ୍ୟ ସ୍ୱପ୍ନରେ ଭାବିନଥିବେ । ଆଜ୍ଞା ହଁ ୮ ଅଗଷ୍ଟ ୨୦୧୯କୁ ପାକିସ୍ତାନର ଏକ କନ୍ସର୍ଟ ‘ମିକା ସିଂ ନାଇଟ’ରେ ଭାଗ ନେବାକୁ ପହଂଚିଥିବା ସିଙ୍ଗର ମିକା ସିଂଙ୍କ ଉପରେ ସଙ୍କଟ ଖେଳିଯାଇଛି ।

ପାକିସ୍ତାନରେ ଗୀତ ଗାଇବା ପରେ ଅଲ ଇଣ୍ଡିଆ ସିନେ ୱର୍ର୍କର୍ସ ଏସୋସିଏସନ ମିକା ସିଂଙ୍କୁ ବଲିଉଡରୁ ବ୍ୟାନ କରି ଦେଇଛନ୍ତି । ଯାହାର ଖବର ଆମେ ଆପଣଙ୍କୁ ଦେଇଥିଲୁ । ତେବେ ଏହି ସମସ୍ୟା ପରେ ଏବେ ମିକା ସିଂଙ୍କ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗାୟକ ଭାରତ-ପାକିସ୍ତାନ ସୀମା ନିକଟରେ ଭାରତ ମାତା କି ଜୟ ନାରା ଲଗାଇଛନ୍ତି । ମିକା ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More