Only for Entertainment

ଅମିତାଭ-ଆମୀରଙ୍କ ପରେ ଏବେ ପୁଲୱାମା ସହିଦଙ୍କ ପାଇଁ ଆଗକୁ ଆସିଲେ ଐଶ୍ୱର୍ଯ୍ୟା, ୧୪ କଳାକାର ମିଳିତ ଭାବେ ଦେବେ ସ୍ପେଶାଲ ଟ୍ରିବ୍ୟୁଟ

bollywood tadka
36

୧୪ ଫେବୃଆରୀରେ ଜମ୍ମୁ କାଶ୍ମୀରର ପୁଲୱାମା ଠାରେ ସିଆରପିଏଫ ଜବାନଙ୍କ ଉପରେ ହୋଇଥିବା ଆକ୍ରମଣରେ ପୂରା ଦେଶ ସ୍ତବ୍ଦ ହୋଇଯାଇଥିଲା । ୪୦ ଜବାନଙ୍କ ଏଭଳି ମୃତ୍ୟୁକୁ ଦେଶ ଆଜି ପର୍ଯ୍ୟନ୍ତ ଭୁଲି ନାହିଁ । ସେହି ସମୟରେ ପୂରା ଦେଶ ସହିତ ଅନେକ ବଲିଉଡ କଳାକାର ଏହି ଘଟଣାକନୁ କଡା ଶବ୍ଦରେ ନିନ୍ଦା କରିଥିଲେ । ଏହା ସହିତ ସହିଦ ପରିବାରଙ୍କୁ ସାହାଯ୍ୟର ହାତ ବଢାଇ ଥିଲେ ।

ab

ନିକଟରେ ଏବେ ବଲିଉଡ ଷ୍ଟାର୍ସ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଜବାନଙ୍କୁ ଏକ ସ୍ପେଶାଲ ଟ୍ରିବ୍ୟୁଟ ଦେବା ପାଇଁ ପ୍ରସ୍ତୁତି କରୁଛନ୍ତି । ଖବର ଅନୁସାରେ ପୁଲୱାମା ସହିଦ ମାନଙ୍କ ଉପରେ ଏକ ଭିଡିଓ ନିର୍ମାଣ କରାଯାଉଛି । ଏହି ଭିଡିଓକୁ ପ୍ରାୟା ୧୪ କଳାକାର ସୁଟ କରିବେ । ଏହି ଭିଡିଓର ଟାଇଟଲ ରହିଛି ‘ତୁ ଦେଶ ମେରା’ । ଅଧିକାଂଶ କଳାକାର ଏହାର ସୁଟିଂ ପୂରା କରି ସାରିଛନ୍ତି । ଏହି ଭିଡିଓ ୨୭ ଜୁଲାଇରେ ରିଲିଜ ହେବ ।

ନିକଟରେ ଅମିତାଭ ବଚ୍ଚନ , ଆମୀର ଖାନ, ରଣବୀର କପୁରଙ୍କ ପରି କଳାକାର ଏହାର ସୁଟିଂ ଶେଷ କରି ଛନ୍ତି । ଏବଂ ଏମାନଙ୍କ ଫଟୋ ସାମ୍ମାକୁ ଆସିଥିଲା । ଫଟୋରେ ସମସ୍ତ ଷ୍ଟାର ସୁଟିଂ କରୁଥିବାର ନଜର ଆସିଛନ୍ତି । ଏହା ପରେ ପ୍ରଡକ୍ସନ ହାଉସ ଐଶ୍ୱର୍ଯ୍ୟାଙ୍କ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସଲାମ କରୁଥିବାର ନଜର ଆସିଛନ୍ତି । ପ୍ରଡକ୍ସନ ହାଉସ ଐଶଙ୍କ ଫଟୋ ସେୟାର କରି ଲେଖିଛନ୍ତି, ‘ଆମେ ଅଧିକାରିକ ଭାବେ ଘୋଷଣା କରୁଛୁ ଯେ, ‘ତୁ ଦେଶ ମେରା’ ଗୀତ ପୁଲୱାମା ସହିଦଙ୍କ ନାମରେ କରିବୁ । ଏହି ଭିଡିଓକୁ ଅନେକ ବଡ ଷ୍ଟାର୍ସଙ୍କ ସପୋର୍ଟ ମିଳିଛି । ଏହାକୁ ଆମେ ୨୭ ଜୁଲାଇରେ ରିଲିଜ କରିବୁ ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More