Only for Entertainment

କୋଟିପତି ହୋଇ ମଧ୍ୟ ସସ୍ତା କାରରେ ବୁଲନ୍ତି ବଲିଉଡର ଏହି ୪ କଳାକାର ।

Cartoq
0 56

ବଲିଉଡରେ ଏପରି ଅନେକ କଳାକାର ଅଛନ୍ତି ଯେଉଁମାନେ ମହଙ୍ଗା ଗାଡିରେ ବୁଲିବା ଲାଇଫଷ୍ଟାଇଲକୁ ମେଣ୍ଟେନ ରଖିବାକୁ ଭଲପାଆନ୍ତି । କିନ୍ତୁ ଏମିତି ବି କିଛି କଳାକାର ଅଛନ୍ତି ଯେଉଁମାନେ ଖୁବ ସାଧାରଣ ଜୀବନ ଯାପନ କରିଥାନ୍ତି । ଆସନ୍ତୁ ଜାଣିବା ବଲିଉଡର କିଛି କଳାକାରଙ୍କ ବିଷୟରେ ଯେଉଁମାନେ ମହଙ୍ଗା ଗାଡି ନୁହେଁ ବରଂ ସସ୍ତା ଗାଡିରେ ବୁଲିବାକୁ ପସନ୍ଦ କରିଥାନ୍ତି ।

  • ନାନା ପଟେକର-
    ନାନା ପଟେକର ବଲିଉଡର ସବୁଠାରୁ ସଫଳ ସେଲିବ୍ରିଟିଙ୍କ ମଧ୍ୟରେ ଏକ । ତାଙ୍କ ପାଖରେ ଅନେକ ମହଙ୍ଗା ମହଙ୍ଗା ଗାଡି ଥାଇ ମଧ୍ୟ ସେ ଟାଟା ସଫାରୀରେ ବୁଲିବା ପାଇଁ ପସନ୍ଦ କରିଥାନ୍ତି । ଦେଖିବାକୁ ମଧ୍ୟ ସେ ଖୁବ ସାଧାରଣ ଲୋକଙ୍କ ପରି ।
  • ଜ୍ୟାକି ଶ୍ରଫ-
    ଏହି ତାଲିକାରେ ଜ୍ୟାକି ଶ୍ରଫଙ୍କ ନାମ ମଧ୍ୟ ସାମିଲ ରହିଛି । ସେ ଯେଉଁ କାରରେ ବୁଲନ୍ତି ତାହାର ମୂଲ୍ୟ ୧୨-୨୦ ଲକ୍ଷ । ଆପଣହ୍କୁ କହିରଖୁଛୁ ଯେ ଜ୍ୟାକିଙ୍କ ପାଖରେ ମଧ୍ୟ ଅନେକ ଲଗଜୁରୀ କାର ରହିଛି ।
  • ଗୁଲ ପନାଗ-
    ଅଭିନେତ୍ରୀ ଗୁଲ ପନାଗଙ୍କୁ ମହେନ୍ଦ୍ରା ସ୍କର୍ପିଓ ଖୁବ ପସନ୍ଦ ଯାହାକୁ ସେ ମଡିଫାଏ କରାଇଛନ୍ତି । ଯେଉଁଥିରେ ରବର ହିଲ୍ସ, ମଡିଫାଏଡ ସସ୍ପେସନ ଏବଂ ମଡିଫାଏଡ ବମ୍ପର ପରି ଫିଚର୍ସ ସାମିଲ ରହିଛି ।
  • ଜନ ଆବ୍ରାହମ-
    ଏହି ତାଲିକାର ଶେଷରେ ଅଛନ୍ତି ଅଭିନେତା ଜନ ଆବ୍ରାହମ । ଜନ ମହଙ୍ଗା ଗାଡିର ସଉକ ରଖନ୍ତି । ତାଙ୍କ ପାଖରେ ନିସାନ ଜିଟିଆର ସହିତ ଅନେକ ମହଙ୍ଗା ବାଇକ ରହିଛି । କିନ୍ତୁ କୁଆଡେ ଯିବା ପାଇଁ ତାଙ୍କୁ ମାରୁତି ଜିପ୍ସୀ ଦରକାର ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More