Only for Entertainment

ଟଳିବ ନାହିଁ ‘ବ୍ଲାକମେଲ’ଫିଲ୍ମର ରିଲିଜ ତାରିଖ ।

tribune
0 46

ଇରଫାନ ଖାନ ଶୁକ୍ରବାର ଦିନ ରୋଗ ବିଷୟରେ ଖୁଲାସା କରିଛନ୍ତି । ସେ ନିଜେ ଟ୍ୱିଟ ଜରିଆରେ ବତାଇଛନ୍ତି ଯେ ସେ ଏଣ୍ଡୋକ୍ରାଇନ ଟ୍ୟୁମର ରୋଗରେ ପୀଡିତ । ଏହି ରୋଗର ଜଚିକିତ୍ସା ସେ ଲଣ୍ଡନରେ କରିବେ । ଏହି ପରିସ୍ଥିତିରେ ପ୍ରଶଂସକ ଏବଂ ସାରା ବଲିଉଡ ଇରଫାନଙ୍କ ସହ ଅଛନ୍ତି ।

ଇରଫାନଙ୍କ ଫିଲ୍ମ ‘ବ୍ଲାକମେଲ’ ୬ଅପ୍ରେଲରେ ରିଲିଜ ହେବାକୁ ଅଛି । ଏଭଳି ଲାଗୁଥିଲା ଯେ ଇରଫାନଙ୍କ ରୋଗ ପାଇଁ ଫିଲ୍ମର ରିଲିଜ ତାରିଖ ହୁଏତ ଘୁଂଚି ପାରେ । ମାତ୍ର ଫିଲ୍ମ ନିର୍ଦ୍ଧେଶକ ଅଭିନୟ ଦେବ କହିଛନ୍ତି ଯେ ଫିଲ୍ମ ରିଲିଜ ତାରିଖରେ କୌଣସି ପରିବର୍ତ୍ତନ ହେବ ନାହିଁ ।

ସେ ଫିଲ୍ମର ଟ୍ରେଲରକୁ ଗୋଟେ ବଡ ଇଭେଂଟ ଜରିଆରେ ଲଂଚ କରିଥାଆନ୍ତେ ମାତ୍ର ଇରଫାନଙ୍କ ଶରୀର ଅସୁସ୍ଥତା ପାଇଁ ଏହା ରଦ୍ଧ କରାଯାଇଥିଲା । ଫିଲ୍ମ ତାରିଖ ମଧ୍ୟ ଘୁଂଚା ଯାଇଥାଆନ୍ତା ବୋଲି ନିର୍ଦ୍ଧେଶକ କହିଛନ୍ତି । ମାତ୍ର ଇରଫାନ ଏ ସମ୍ବନ୍ଧିତ କହିଛନ୍ତି ଯେ ଯାହା ଯେମିତିି ଚାଲିବା କଥା ଚାଲୁ ଏଥିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ।

‘ବ୍ଲାକମେଲ’କୁ ବ୍ୟତୀତ ଇରଫାନଙ୍କ ପାଖେ ପ୍ରଡ୍ୟୁସର ପ୍ରେରଣା ଅରୋଡାଙ୍କ ଫିଲ୍ମ ମଧ୍ୟ ରହିଛି । ଏହି ଫିଲ୍ମରେ ଇରଫାନଙ୍କ ସହ ଦୀପିକା ପାଦୁକୋଣ ନଜର ଆସିବେ ଏବଂ ଏହି ଫିଲ୍ମକୁ ନିର୍ଦ୍ଧେଶନା ଦେବେ ଭରଦ୍ୱାଜ । ଦୀପିକା ମଧ୍ୟ ବ୍ୟାକପେନ ପାଇଁ ଯନ୍ତ୍ରଣା ପାଉଛନ୍ତି । ଏହି କାରଣରୁ ଏହି ଫିଲ୍ମ ଲମ୍ବା ସମୟ ପର୍ଯ୍ୟନ୍ତି ଟଳି ପାରେ ।

ମିଡିଆ ରିପୋର୍ଟ ଅନୁସାରେ ଇରଫାନଙ୍କୁ ଯେଉଁ ରୋଗ ହେଉଛି ସାଧାରଣତଃ ୧ଲକ୍ଷ ଲୋକଙ୍କ ମଧ୍ୟରୁ ୫ଜଣଙ୍କୁ ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More