Only for Entertainment

ରିଲିଜ ହେଲା କେଜିଏଫର ଟ୍ରେଲର, ମଲ୍ଟି ଲାଙ୍ଗୁଏଜରେ ନଜର ଆସିବ ଏହି ଫିଲ୍ମ !

26

ରିଲିଜ୍ ହେଲା ଅପକମିଂ ଫିଲ୍ମ କେଜିଏଫର ପ୍ରଥମ ଟ୍ରେଲର୍ । ସିନେମାଟି ମଲ୍ଟି ଲାଙ୍ଗୁଏଜରେ ରିଲିଜ୍ ହେବ । ଫିଲ୍ମରେ ମୁଖ୍ୟ ଭୂମିକାରେ ୟଶ, ଶ୍ରିନିଧି ସେଟ୍ଟି, ଅଚ୍ୟୁତ କୁମାର୍ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । ଏହି ଆକ୍ସନ୍ – ଡ୍ରାମା ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ୍ । ସିନେମାଟି କନ୍ନଡ,ହିନ୍ଦୀ, ତାମିଲ୍, ତେଲୁଗୁ, ମଲୟାଲମ୍, ଚାଇନିଜ୍ ଓ ଜାପାନିଜ୍ ଭାଷାରେ ମୁକ୍ତିଲାଭ କରିବ । ୟଶ କହିଛନ୍ତି ଯେ ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ପୂରାପୂରି ୧୦୦୦ଦିନ ଲାଗିଥିଲା । ଯଦିଓ ଫିଲ୍ମ ସୁଟିଂ ୨୦୦ରୁ ୧୫୦ଦିନ ମଧ୍ୟରେ ହୋଇଯାଇଥିଲା ମାତ୍ର ବାକି ଦିନ ଗୁଡିକ ପୋଷ୍ଟ ପ୍ରଡକ୍ସନ ଏବଂ ଅନ୍ୟ ପ୍ରସ୍ତୁତିରେ ବିତିଥିଲା ।

ଏହି ଫିଲ୍ମ କ୍ରିସମିସ ସମୟରେ ଅର୍ଥାତ ୨୧ଡିସେମ୍ବରରେ ପରଦାକୁ ଆସିବ । ଫିଲ୍ମଟି କେଜିଏଫ ଏବଂ ସୁନା ଖଦାନ କାହାଣୀ ଉପରେ ଜଡିତ । ଫିଲ୍ମର କାହାଣୀ ଅମିତାଭ ବଚ୍ଚନଙ୍କ ଆଙ୍ଗ୍ରି ୟଙ୍ଗ ମ୍ୟାନ ଛବି ଭଳି ଦେଖାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More