Only for Entertainment

ଦବଙ୍ଗ ଟୁର କନ୍ସର୍ଟରେ ତିକୋଣୀୟ ଦୋସ୍ତୀ । ବଲିଉଡରେ ପ୍ରଥମ ଥର ।

instagram
0 29

ବଲିଉଡ୍ ସୁପର୍ଷ୍ଟାର୍ ସଲମାନ୍ ଖାନ୍ ଆଜିକାଲି ନିଜ ଦବଙ୍ଗ ଟୁର୍କୁ ନେଇ ଅଛନ୍ତି ବ୍ୟସ୍ତ । ଲଣ୍ଡନ, ହଙ୍ଗକଙ୍ଗ, ଅକ୍ଲ୍ୟାଣ୍ଡ ଏବଂ ମେଲବର୍ଣ୍ଣ ଆଦି ସ୍ଥାନରେ ପ୍ରବାଶୀ ଭାରତୀୟଙ୍କ ପାଇଁ ଦବାଙ୍ଗ ଟୁର୍ ଅଧିନରେ ଷ୍ଟେଜ୍ ଶୋ ଅନୁଷ୍ଠିତ ହୋଇ ଯାଇଛି । ଯେଉଁଠି ସଲମାନ୍ଙ୍କ ସହ ବି-ଟାଉନ୍ର ସିଜଲିଂ ନାୟିକା କ୍ୟାଟ୍ରିନା କୈଫ୍, ସୋନାକ୍ଷୀ ସିହ୍ନା, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ଡେଜି ଶାହଙ୍କ ଜବରଦସ୍ତ ପର୍ଫମାନ୍ସ ଦେଖିବାକୁ ମିଳିଛି । ହେଲେ ଏସବୁ ଭିତରେ ଆରମ୍ଭ ହୋଇଯାଇଛି ନୂଆ ଦୋସ୍ତିର । ଜ୍ୟାକଲିନ୍- କ୍ୟାଟ୍ରିନା ଓ ସୋନାକ୍ଷୀ ସିହ୍ନାଙ୍କ ଭିତରେ ନିବିଡ ବନ୍ଧୁତ୍ୱ ଦେଖିବାକୁ ମିଳିଛି ଏହି ଦବାଙ୍ଗ ଟୁର୍ରେ ।

Three masketeers ??…. just a little subtle styling

A post shared by Katrina Kaif (@katrinakaif) on

ବି-ଟାଉନ୍ର ନୂଆ ବିଏଫ୍ଏଫ୍ ମାନେ ବେଷ୍ଟ ଫ୍ରେଣ୍ଡ ଫର୍ଏଭର୍ ହୋଇଛନ୍ତି ତିନି ଜଣ ସିଜଲିଂ ସୁନ୍ଦରୀ । କ୍ୟାଟ୍ରିନା କୈଫ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ସୋନାକ୍ଷୀ ସିହ୍ନାଙ୍କ ମଧ୍ୟରେ ନିବିଡ ହୋଇଛି ବନ୍ଧୁତ୍ୱର ସମ୍ପର୍କ । ଆଉ ଏ ସବୁ ହୋଇଛି ସଲମାନ୍ ଖାନ୍ଙ୍କ ଦବଙ୍ଗ ଟୁର୍ କନର୍ସଟ୍ ସମୟରେ । ପାଶ୍ଚାତ୍ୟ ଦେଶ ଗୁଡିକରେ ଦବଙ୍ଗ ଟୁର୍ କରି ପ୍ରବାସୀ ଭାରତୀୟଙ୍କୁ ଏଂଟର୍ଟେନ୍ କରୁଥିବା ଏହି ତିନି ନାୟିକାଙ୍କ ଭିତରେ ଫ୍ରେଣ୍ଡସିପ୍ ଗୋଲ୍ ଦେଖିବାକୁ ମିଳିଛି । ଏମାନଙ୍କ ସୋସିଆଲ୍ ମିଡିଆ ଆକାଉଁଟ୍ ଏହି ତିନି ସୁନ୍ଦରୀଙ୍କ ଏକାଠି ଫଟୋ ଭିଡିଓ ସବୁ ବଖାଣୁଛି, ଯେ କିଛି ଦିନ ଭିତରେ ହିଁ ଘନିଷ୍ଠ ବନ୍ଧୁ ହୋଇ ଯାଇଛନ୍ତି ଜ୍ୟାକଲିନ୍ – କ୍ୟାଟ୍ରିନା ଓ ସୋନାକ୍ଷୀ ।

ଦବଙ୍ଗ ଟୁର୍ କନର୍ସଟ୍ରେ ଏହି ନାୟିକାଙ୍କ ଜବରଦସ୍ତ ପର୍ଫମାନ୍ସ ତ ଦେଖିବାକୁ ମିଳିଛି । ଏହାଛଡା ସଲମାନ୍ଙ୍କ ସହ ଏହିସବୁ ନାୟିକାଙ୍କ ଷ୍ଟେଜ୍ ରୋମାନ୍ସ ବି ବେଶ ଦେଖିବାକୁ ମିଳିଛି ମଂଚରେ । ଗତ କିଛି ବର୍ଷ ହେବ ଅଭିନେତା ସଲମାନ୍ ଖାନ୍ ଦବାଙ୍ଗ ଟୁର୍ ଜରିଆରେ ଦେଶ ବିଦେଶରେ ନିଜ ପ୍ରଶଂସକଙ୍କୁ ମନୋରଂଜନ ଯୋଗାଇ ଆସୁଛନ୍ତି । ଆଉ ତାଙ୍କ ଟିମ୍ରେ ଏବେ ସାମିଲ୍ ହୋଇଛନ୍ତି ବଲିଉଡ୍ର ଗର୍ଜିଅସ୍ ବିୟୁଟିସ୍ । ଆଉ ଏହି ଟୁର୍ ହିଁ ବଢାଇ ଦେଇଛି ଏହି ନାୟିକାଙ୍କ ମଧ୍ୟରେ ବନ୍ଧୁତା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More