Only for Entertainment

‘ଉରୀ’ ଫିଲ୍ମରୁ ପ୍ରେରିତ ହୋଇ ଭାରତୀୟ ନୌସେନାରେ ଯୋଗ ଦେଲେ ଯୁବକ, ଶୁଭକାମନା ଜଣାଇଲେ ବିକି କୌଶଲ !

45

କିଛି ଫିଲ୍ମ ଏମିତି ଥାଏ, ଯାହା ଦର୍ଶକଙ୍କ ମନୋରଞ୍ଜନ କରିଥାଏ । ସେଭଳି କିଛି ଫିଲ୍ମ ଏଭଳି ମଧ୍ୟ ରହିଥାଏ, ଯାହାକୁ ଦର୍ଶକ ଦେଖିବା ପରେ ସେମାନଙ୍କୁ କିଛି ନୂଆ କରିବାର ପ୍ରୋତ୍ସାହନ ମିଳିଥାଏ । ସେ ସବୁ ଫିଲ୍ମ ମଧ୍ୟରେ ଗୋଟେ ହେଉଛି, ବିକି କୌଶଲଙ୍କ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଆତଙ୍କବାଦୀମାନଙ୍କୁ ଉଚିତ ଜବାବ ଦେବା ପାଇଁ ଭାରତୀୟ ଯବାନମାନେ ପ୍ରଥମେ ଉରୀରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲେ । ଯାହାର କାହାଣୀକୁ ନେଇ ଫିଲ୍ମ ତିଆରି କରାଯାଇଥିବା ବେଳେ ମୁଖ୍ୟ ଭୂମିକରେ ନଜର ଆସିଥିଲେ ବିକି କୌଶଲ । ତେବେ ବିକିଙ୍କ ଏହି ଫିଲ୍ମ ଦେଖିବା ପରେ ତାଙ୍କର ଜଣେ ପ୍ରଶଂସକ ଭାରତୀୟ ନୌସେନାରେ ଯୋଗ ଦେଇଥିବା ଜଣା ପଡ଼ିଛି । ଯାହାର ସୂଚନା ଦେଇଛନ୍ତି ବିକି ।

ପ୍ରଶଂସକଜଣଙ୍କ ଲେଖିଥିବା ଚିଠିର ଫଟୋ ଇନ୍‌ଷ୍ଟାରେ ସେୟାର କରିଛନ୍ତି ବିକି । ଯେଉଁଥିରେ, ଆପଣଙ୍କ ଫିଲ୍ମ ମୋତେ ଭାରତୀୟ ନୌସେନାରେ ଯୋଗ ଦେବାକୁ ଅନୁପ୍ରାଣିତ କରିଥିଲା । ମୁଁ ଜାଣିଛି କି, ମୋ ଭଳି ଅନେକ ଲୋକ ଥିବେ, ଯେଉଁମାନେ ତୁମ ଫିଲ୍ମ ଦେଖି ଅନୁପ୍ରାଣିତ ହୋଇଥିବେ । ଧନ୍ୟବାଦ, ଏଭଳି ଫିଲ୍ମ ତିଆରି କରିବା ପାଇଁ । ଆପଣଙ୍କ ଫିଲ୍ମ ସବୁବେଳେ ଆମ ଆତ୍ମା ଏବଂ ମସ୍ତିଷ୍କର ଏକ ଅଂଶ ହୋଇ ରହିବ । ମୋର ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୁଁ ଏହାକୁ ଆପଣଙ୍କ ସହ ସେୟାର କରିବାକୁ ଚାହୁଁଛି, କାରଣ ଆପଣଙ୍କ ଫିଲ୍ମ ମୋତେ ଅନୁପ୍ରାଣିତ କରିଛି ବୋଲି ଲେଖା ଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More