Only for Entertainment

କପିଲଙ୍କ ସହ ଏହି ଟିଭି ଅଭିନେତ୍ରୀଙ୍କର ହେଲା ବିଦାଇ, ଦେଖନ୍ତୁ ଏକ୍ସକ୍ଲୁସିଭ ଫଟୋ !

50

କମେଡିଆନ କପିଲ ଶର୍ମାଙ୍କ ଆଜି ନିଜ କଲେଜ ବନ୍ଧୁ ଗିନ୍ନି ଚତରଥଙ୍କୁ ବିବାହ କରିବା ଲାଗି ଯାଉଛନ୍ତି । ତାଙ୍କ ବିବାହରେ ତାଙ୍କର ପାଖ ଲୋକ ଏବଂ କଳାକାର ମଧ୍ୟ ଯୋଗ ଦେବା ଲାଗି ଅମୃତସରରେ ପହଂଚି ସାରିଲେଣି । ଆଜି ହିଁ ଆଉ ଏକ ଶୁଭ ମହୁରତ ହୋଇଛି ଯାହା ଖୁବ କମ ଲୋକଙ୍କୁ ହୁଏତ ଜଣା ଥିବ । ସେ ଆଉ କେହି ନୁହଁନ୍ତି , ବରଂ ଷ୍ଟାରପ୍ଲସରେ ପ୍ରସାରିତ ହୋଇସାରିଥିବା ସିରିୟଲ ‘ବିଦାଇ’ ଫେମ ପାରୁଲ ଚୌହାନ ।

ଆଜ୍ଞା ହଁ, ଷ୍ଟାରପ୍ଲସର ସୁପରହିଟ ଶୋ’ ବିଦାଇରେ ରାଗିନୀ ଭୂମିକାରେ ନଜର ଆସିଥିବା ପାରୁଲ ଚୌହାନ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ମୁମ୍ବାଇର ଇଷ୍କନ ଟେମ୍ପଲରେ ପାରୁଲ ଚିରାଗ ଠକ୍କରଙ୍କୁ ବିବାହ କରିଛନ୍ତି ।

ଚିରାଗ ଏବଂ ପାରୁଲ ଦୁହେଁ ଦୁହେଁଙ୍କ ବହୁଦିନ ହେବ ଜାଣିଛନ୍ତି । କିଛି ଦିନ ହେବ ପାରୁଲ ଷ୍ଟାରପ୍ଲସରେ ପ୍ରସାରିତ ହେଉଥିବା ‘ୟେ ରିସ୍ତା କ୍ୟା କେହେଲାତା ହେ’ ସିରିୟଲରେ ନଜର ଆସିଥିଲେ । ଇଷ୍କନ ମନ୍ଦିରରେ ବିବାହ କରିବା ପରେ ଦୁହେଁ ନିଜ ପାଖ ଲୋକଙ୍କ ପାଇଁ ଗ୍ରାଣ୍ଡ ରିସେପସନର ଆୟୋଜନ କରିଛନ୍ତି । ଯେଉଁଥିରେ ଟେଲିଉଡର ସେଲିବ୍ରିଟି ସାମିଲ ହେବେ ।

 

ପାରୁଲଙ୍କୁ ବିବାହ ବିଷୟରେ ପଚରାଯିବାରୁ ଉତ୍ତର ଦେଇଥିଲେ ଯେ ଦୁହେଁ ୩ବର୍ଷ ହେବ ସମ୍ପର୍କରେ ଥିଲେ । ବିବାହ ପାଇଁ ଇଷ୍କନ ମନ୍ଦିର ଶାନ୍ତ ପରିବେଶ ହୋଇଥିବାରୁ ଦୁହେଁ ମନ୍ଦିରରେ ବିବାହ କରିବା ଲାଗି ନିର୍ଣ୍ଣୟ କରିଥିଲେ । ଏଠାରେ ଆମେ କହି ରଖୁଛୁ ଯେ ରାଜନ ଶାହୀ ପାରୁଲଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଲଂଚ କରିଥିଲେ । ବିବାହ ସମୟରେ ଦୁହିଁଙ୍କୁ ଆଶୀର୍ବାଦ ଦେବା ଲାଗି ମଧ୍ୟ ରାଜନ ଶାହୀ ସେଠାରେ ଉପସ୍ଥିତ ଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More