Only for Entertainment

ୟୁଟ୍ୟୁବ ସେନସେସନ ଶର୍ଲି ସେତିୟା ଏହି ଷ୍ଟାର କିଡଙ୍କ ସହ ବଲିଉଡରେ କରିବେ ଡେବ୍ୟୁ, ଦେଖନ୍ତୁ ଫିଲ୍ମର ଫାଷ୍ଟ ଲୁକ !

jagran
76

ୟୁଟ୍ୟୁବରେ ନିଜ କ୍ୟୁଟନେସ ପାଇଁ ଚର୍ଚ୍ଚାରେ ରହିଥିବା କଳାକାର ଶର୍ଲି ସେତିୟା ଏବେ ପରଦାରେ ଦେଖାଇବେ ନିଜର ଯାଦୁ । ୟୁଟ୍ୟୁବରୁ ବାହାରି ସେ ସିଧା ବଡ ପରଦାରେ ପହଂଚି ଯାଇଛନ୍ତି । ଶର୍ଲି ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ । ଡେବ୍ୟୁ ଫିଲ୍ମରେ ଶର୍ଲି ହିରୋ ଭାଗ୍ୟଶ୍ରୀଙ୍କ ପୁଅ ଅଭିମନ୍ୟୁ ଦସାନୀ ଏକାଠି ନଜର ଆସିବେ । ଅଭିମନ୍ୟୁ ‘ମର୍ଦ କୋ ଦର୍ଦ ନେହି ହୋତା’ ଫିଲ୍ମରୁ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ଏତେ ଖାସ ଯାଦୁ କରିପାରିନଥିଲା ବଡ ପରଦାରେ । ଶର୍ଲି ଏବଂ ଅଭିମନ୍ୟୁଙ୍କ ଫିଲ୍ମର ନାଁ ରହିଛି ‘ନିକ୍କମା’, ଯାହାକୁ ପରିଚିତ ନିର୍ଦ୍ଦେଶକ ସାବିର ଖାନ ନିର୍ଦ୍ଦେଶନା ଦେଇଛନ୍ତି ।

ଶର୍ଲି ଅଭିମନ୍ୟୁଙ୍କ ସହ ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହାର ସୂଚନା ଦେଇଛନ୍ତି ।

ଶର୍ଲି ନ୍ୟୁଜଲାଣ୍ଡର ସିଙ୍ଗର ଅଟନ୍ତି । ସେ ପପ ଗୀତ ଗାଆନ୍ତି । ଶର୍ଲି ୟୁଟ୍ୟୁବରେ ଖୁବ ଲୋକପ୍ରିୟ ଅଟନ୍ତି ଏବଂ ତାଙ୍କ ଚ୍ୟାନେଲରେ ୩ମିଲିଅନରୁ ମଧ୍ୟ ଅଧିକ ସବସ୍କ୍ରାଇବର ଏବଂ ୧୬୭ମିଲିଅନରୁ ଅଧିକ ଭ୍ୟୁ ରହିଛି । ସେ ପାଇଜାମା ପପଷ୍ଟାର ରୂପେ ମଧ୍ୟ ପରିଚିତ, କାରଣ ତାଙ୍କ ଏଂଟ୍ରି ଟିସିରିଜ’ର ଏକ ଭିଡିଓ ପାଇଜାମା ଜରିଆରେ ହୋଇଥିଲା ।

ଏହି ଫିଲ୍ମର ନିର୍ଦ୍ଦେଶକଙ୍କ ବିଷୟରେ କହିବାକୁ ଗଲେ ଆଗରୁ ସେ ବଲିଉଡ ଫିଲ୍ମ ହିରୋପନ୍ତିରେ ନିର୍ଦ୍ଦେଶନା ଭାର ତୁଲାଇଥିଲେ । ଏବେ ଏହି ନୂଆ ଚେହେରା ସହ କରିବାକୁ ଯାଉଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More