Only for Entertainment

‘ଶ୍ରୀଦେବୀ ବଙ୍ଗଲୋ’ର ଟିଜର ରିଲିଜ, ଚରିତ୍ରରେ ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିଅର ।

aajtak
32

ଇଂଟରନେଟ ସେନସେସନ ପ୍ରିୟା ପ୍ରକାଶ ୱାରିଅର ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଶ୍ରୀଦେବୀ ବଙ୍ଗଲୋର ଟ୍ରେଲର ୧୩ ଜାନୁୟାରୀକୁ ରିଲିଜ କରାଯାଇଛି । ତେଣୁ ଫିଲ୍ମର ତଥ୍ୟ ଶ୍ରୀଦେବୀଙ୍କ ମୃତ୍ୟୁ ସହିତ ଜଡ଼ିତ ବୋଲି କୁହାଯାଉଛି । ଏହି କାରଣରୁ ଶ୍ରୀଦେବୀଙ୍କ ପତି ବୋନି କପୁର ନିର୍ଦ୍ଦେଶକ ପ୍ରଶାନ୍ତ ମ୍ୟାମବୁଲିଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି ।

ଏକ ୱେବସାଇଟକୁ ଇଂଟରଭ୍ୟୁ ଦେଇଥିବା ସମୟରେ ନିର୍ଦ୍ଦେଶକ ପ୍ରଶାନ୍ତ କହିଛନ୍ତିଯେ ଏହା ପୂର୍ବରୁ ଆମେ ବୋନି କପୁରଙ୍କୁ ଏହି ବିଷୟରେ ଜଣାଇଥିଲୁଯେ ଏହା ଏକ ସସପେନ୍ସ ଥ୍ରିଲର । ଏହା ସତଯେ ଏଥିରେ ଅଭିନେତ୍ରୀଙ୍କ ନାମ ଶ୍ରୀଦେବୀ ରଖାଯାଇଛି, ଯାହା ଏକ ସାଧାରଣ ନାମ । ଏହା କାହାର ମଧ୍ୟ ନାମ ହୋଇପାରେ । ଏହି କାନୁନ ନୋଟିସର ଆମେ ସାମ୍ନା କରିବୁ ।

ଫିଲ୍ମର ଟ୍ରେଲର ୧ ମିନିଟ ୪୯ ସେକେଣ୍ଡର । ଯେଉଁଥିରେ ପ୍ରିୟା ପ୍ରକାଶଙ୍କ ନାମ ଶ୍ରୀଦେବୀ ରଖାଯାଇଛି । ଏଥିରେ ସେ କିଭଳି ଅଭିନୟକୁ ଆସିଲେ ଏବଂ କିଭଳି ବାଥଟବରେ ବୁଡ଼ି ଜୀବନ ହରାଇଲେ ସବୁକିଛି ଦେଖାଦେଇଛି । ଟ୍ରେଲର ଦେଖି କୁହାଯାଇପାରେଯେ ଏହା ଶ୍ରୀଦେବୀଙ୍କ ମୃତ୍ୟୁ ସହିତ ଜଡ଼ିତ । ଅବଶ୍ୟ ଏହି ବିଷୟରେ ଫିଲ୍ମରେ କିଛି କୁହାଯାଇନାହିଁ । କିନ୍ତୁ ଟ୍ରେଲରରେ ଦେଖାଯାଇଥିବା ଦୃଶ୍ୟ ବାଧ୍ୟ କରୁଛି ଶ୍ରୀଦେବୀଙ୍କ କାହାଣୀ ମାନିବାକୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More