Only for Entertainment

ଛୋଟ ବେଳେ ଜାହ୍ନବୀଙ୍କୁ ଏହା କହି ଚିଡାଉଥିଲେ ବୋନି କପୁର !

Tarunnoloak
36

ଫିଲ୍ମ ‘ଧଡ଼କ’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିଲେ ଅଭିନେତ୍ରୀ ଜାହ୍ନବୀ କପୁର । ଏହି ଫିଲ୍ମରେ ତାଙ୍କ ସହ ନଜର ଆସିଥିଲେ ଅଭିନେତା ଇଶାନ ଖଟ୍ଟର । ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଜାହ୍ନବୀଙ୍କୁ ଦର୍ଶକଙ୍କ ଭଲ ପାଇବା ମିଳିଥିଲା । ଫିଲ୍ମ ରିଲିଜ୍‌ ପରେ ଏବେ ସେ ନିଜ ଆଗାମୀ ଫିଲ୍ମର ସୁଟିଂକୁ ନେଇ ବ୍ୟସ୍ତ ଥିବା ବେଳେ ନିଜ ବାପା ବୋନି କପୁରଙ୍କ ସହ ଜଡ଼ିତ ଏକ ଖାସ୍‌ କଥାର ଖୁଲାସା କରିଛନ୍ତି । ଏକ ସାକ୍ଷାତକାରରେ ଛୋଟ ବେଳେ ବାପା ବୋନି କପୁର ତାଙ୍କ ଗୋଡ଼କୁ ନେଇ ଥଟ୍ଟା କରୁଥିବା କହିଛନ୍ତି । ଛୋଟ ବେଳେ ବାପା ମୋ ଗୋଡ଼କୁ କୁକୁଡ଼ା ଗୋଡ଼ ବୋଲି କହି ଚିଡ଼ାଉଥିଲେ । ଯାହା ପାଇଁ ମୁଁ ଗୋଡ଼ ଉପରେ ଅନେକ କାମ କରିଥିଲି । କଠିନ ବ୍ୟାୟାମ କରିବା ପରେ ମୋ ଗୋଡ଼ ଆକାର ଠିକ୍‌ ହୋଇଥିଲା ବୋଲି କହିଛନ୍ତି ଜାହ୍ନବୀ ।

Sridevi-int-1

ସୂଚନା ମୁତାବକ, ଫିଲ୍ମ ପରେ ପରେ ଜାହ୍ନବୀ ଇଶାନଙ୍କ ସହ ପ୍ରେମ ସଂପର୍କରେ ଥିବା ନେଇ ଚର୍ଚ୍ଚା ହୋଇଥିଲା । ଏହା ସହ ତାଙ୍କ ଜିମ୍‌ ଯିବା ନିଶାକୁ ନେଇ ମଧ୍ୟ ଅନେକ ଥର ଚର୍ଚ୍ଚା ହୋଇ ସାରିଛି । ଫିଲ୍ମ ବିଷୟରେ କହିବାକୁ ଗଲେ ଜାହ୍ମବୀ ଖୁବ ଶୀଘ୍ର କରଣ ଜୋହରଙ୍କ ମଲ୍ଟିଷ୍ଟାରର ଫିଲ୍ମ ତଖ୍ତରେ ନଜର ଆସିବେ । ଏହା ଜାହ୍ମବୀଙ୍କ ଦ୍ୱିତୀୟ ବଲିଉଡ ଫିଲ୍ମ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More