Only for Entertainment

ରିଲିଜ ହେଲା ଫିଲ୍ମ ‘ସେଟର୍ସ’ର ଆଇଟମ୍ ସଙ୍ଗ ‘ବୁମ୍ ଜୱାନୀ’, ଦେଖନ୍ତୁ

Times of India
48

ଆସିଲା ଆଗାମୀ ବଲିଉଡ୍ ଫିଲ୍ମ ସେଟର୍ସର ଆଇଟମ୍ ସଙ୍ଗ ‘ବୁମ୍ ଜୱାନୀ’ । ଗୀତରେ ଆଇଟମ୍ ଗର୍ଲ ଭାବେ ନଜର ଆସିଛନ୍ତି ସୋନାଲି ସୈଗଲ୍ । ଆଇଟମ୍ ଗର୍ଲ ଭାବେ ସୋନାଲିଙ୍କ ଏହା ପ୍ରଥମ ଗୀତ । ରିଲିଜ୍ ହୋଇଥିବା ଏହି ଗୀତରେ ଶୁଣିବାକୁ ମିଳିଛି ରାହିଙ୍କ ଗାୟିକୀ । ଗୀତରେ ର‌୍ୟାପ୍ କରିଛନ୍ତି ଏନବି ।

ରିଲିଜ୍ ହୋଇଥିବା ଏହି ଡ୍ୟାନ୍ସ ଗୀତରେ ସଙ୍ଗୀତ ସହ ଲିରିକ୍ସର ଭାର ତୁଲାଇଛନ୍ତି ଏନବି । ଚଳଚ୍ଚିତ୍ର ସେଟର୍ସର କାହାଣୀ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ହେଉଥିବା ବେଆଇନ୍ କାରବାରକୁ ନେଇ ଗତିଶୀଳ ହୋଇଛି ।

ଏହି ଫିଲ୍ମରେ ସୋନାଲିଙ୍କ ବ୍ୟତିତ ଶ୍ରେୟସ ତଲପଡେ, ଅଫତାବ ଆଦି କଳାକାରଙ୍କୁ ଦେଖିବାକୁ ମିଳିବ । କିଛି ଦିନ ପୂର୍ବେ ଏହି ଫିଲ୍ମର ଟ୍ରେଲର ରିଲିଜ କରାଯାଇଥିଲା ଯାହାକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଅଶ୍ୱିନୀ ଚୌଧୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୩ ମେ ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More