Only for Entertainment

ବିଦ୍ୟୁତ ଜାମବାଲଙ୍କୁ ‘ବଟଲ କ୍ୟାପ’ ଚ୍ୟାଲେଂଜ ଦେଲେ ଅକ୍ଷୟ କୁମାର ।

28

ସୋସିଆଲ ମିଡିଆରେ ଏବେ ଚାଲିଛି ବଟଲ କ୍ୟାମ୍ପ ଚ୍ୟାଲେଂଜ । ଏଥିରେ ସାମ୍ନାରେ ରଖିଥିବା ଏକ ବୋତଲର କ୍ୟାପକୁ ରିଭର୍ସ କିକରେ ଖୋଲିବାକୁ ପଡ଼ିବ । କିନ୍ତୁ ସର୍ତ୍ତ ହେଉଛି ବୋତଲ ନପଡ଼ିବା ଉଚିତ ।

 

ଅକ୍ଷୟ କୁମାର ଏବଂ ଟାଇଗର ସ୍ରଫଙ୍କ ଭଳି ତାରକାଙ୍କ ପରେ ଏବେ ବିଦ୍ୟୁତ ଜାମବାଲ ଏହି ଚ୍ୟାଲେଂଜକୁ ପୂରା କରିଛନ୍ତି । କିନ୍ତୁ ସବୁଠାରୁ ଖାସ କଥା ହେଉଛି ବିଦ୍ୟୁତ ଜାମବାଲ ଗୋଟିଏ ନୁହେଁ ବରଂ ତିନୋଟି ବୋତଲର କ୍ୟାପକୁ ଖୋଲିଛନ୍ତି ।


ଅକ୍ଷୟ କୁମାର ଏକ ଭିଡ଼ିଓ ଶେୟାର କରିଥିଲେ ଯେଉଁଥିରେ ସେ ଏକ ବୋତଲର କ୍ୟାପକୁ ରିଭର୍ସ କିକରେ ଉଡ଼ାଇ ଦେଇଥିଲେ ଏବଂ ତାଙ୍କ ଝିଅକୁ ମଧ୍ୟ ଏହଭଳି ଏକ ଭିଡ଼ିଓରେ ଦେଖିବାକୁ ମିଳିଥିଲା । ଭିଡ଼ିଓ ଦେଖିବା ପରେ ଫ୍ୟାନ୍ସ ଖୁବ ଭଲ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଏହାପରେ ଅକ୍ଷୟ ଟାଇଗର ସ୍ରଫ ଏବଂ ବିଦ୍ୟୁତ ଜାମବାଲଙ୍କୁ ଏହି ଚ୍ୟାଲେଂଜ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More